ଆଶୀର୍ବାଦ ବେହେରାଙ୍କୁ ଆଶ୍ୱସ୍ତି,ତାଙ୍କ ବିରୋଧରେ ଚାଲିଥିବା ସିବିଆଇ ତଦନ୍ତ ବନ୍ଦ କରିବା ଲାଗି ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୧୪।୦୯: ବାରବାଟୀ ପ୍ୟାଲେସ୍ ମାମଲାରୁ ଓଡ଼ିଶା ଅଲମ୍ପିକ୍‌ସ ଆସୋସିଏସନ୍‌(ଓଅଆ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ନାମରେ ସିବିଆଇ ରୁଜୁ କରିଥିବା ମାମଲା ଅନ୍ତ ଘଟାଇଲେ ସୁପ୍ରିମ୍‌କୋର୍ଟ। ସୁପ୍ରିମ୍‌କୋର୍ଟ ରେ ଚାଲିଥିବା ମାମଲାରେ ସିବିଆଇର ଫାଇନାଲ୍ ଫର୍ମ ଦାଖଲ କରିଥିଲେ। ମାମଲାରେ କୌଣସି ବିଚାର ଯୋଗ୍ୟ ତଥ୍ୟ ନଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା। ତତ୍କାଳୀନ ଓଅଆ ସମ୍ପାଦକ ଆଶୀର୍ବାଦ ବେହେରା ତ୍ରୁଟି କରିନଥିବା ଏଥିରେ ଉଲ୍ଲେଖ କରାଯାଇଥିଲା । ଇନ୍‌କନ୍ ଆସୋସିଏଟ୍‌ସ ମଧ୍ୟ କୌଣସି ତ୍ରୁଟି କରି ଥିବା ଉଲ୍ଲେଖ ହୋଇଛି। ସିବିଆଇ ଫାଇନାଲ୍ ରିପୋର୍ଟ ପରେ ମାମଲାର ଅନ୍ତ ଘଟାଇଲେ ସୁପ୍ରିମ୍‌କୋର୍ଟ। ସୁପ୍ରିମ୍‌କୋର୍ଟରୁ ମାମଲାର ଅ‌ନ୍ତ ଘଟିବା ପରେ ଆଶୀର୍ବାଦ ବେହେରା ପ୍ରତିକ୍ରିୟା ରଖି କହିଛନ୍ତି ଯେ ସତ୍ୟ ଓ ଧର୍ମର ବିଜୟ ହୋଇଛି ।