ରାଜ୍ୟରେ ୩,୭୭୭ କରୋନା ଆକ୍ରାନ୍ତ‌ ଚିହ୍ନଟ, ଖୋର୍ଦ୍ଧାରେ କେବଳ ୮୧୫

ଭୁବନେଶ୍ୱର: ରାଜ୍ୟରେ କରୋନା ଅଣାୟତ୍ତ ଅବସ୍ଥାରେ। ଆଜି ପୁଣି ରାଜ୍ୟରେ ୩୦ ଟି ଜିଲ୍ଲାରୁ ସର୍ବାଧିକ ରେକର୍ଡ ସଖ୍ୟକ ୩୭୭୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୧୯୧ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୫୮୬ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି।

ଓଡିଶାର ୩୦ ଟି ଜିଲ୍ଲାରୁ ୩୭୭୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳ ୧୧୫, ବାଲେଶ୍ୱର ୧୨୭, ବରଗଡ଼ ୧୩୯, ଭଦ୍ରକ ୬୭, ବଲାଙ୍ଗୀର ୫୧, ବୌଦ୍ଧ ୨୬, କଟକ ୩୬୮, ଦେବଗଡ଼ ୧୪, ଢେଙ୍କାନାଳ ୬୭, ଗଜପତି ୧୩, ଗଞ୍ଜାମ ୫୮, ଜଗତସିଂହପୁର ୧୦୦, ଯାଜପୁର ୧୩୩, ଝାରସୁଗୁଡା ୭୦, କଳାହାଣ୍ଡି ୭୦, କନ୍ଧମାଳ ୪୯, କେନ୍ଦ୍ରାପଡା ୧୪୮, କେନ୍ଦୁଝର ୭୮, ଖୋର୍ଦ୍ଧା ୮୧୫, କୋରାପୁଟ ୯୮, ମାଲକାନଗିରି ୨୬, ମୟୁରଭଞ୍ଜ ୫୮, ନବରଙ୍ଗପୁର ୧୦୭, ନୟାଗଡ଼ ୭୧, ନୂଆପଡା ୭୩, ପୁରୀ ୨୩୭, ରାୟଗଡା ୭୫, ସମ୍ବଲପୁର ୧୧୨, ସୋନପୁର ୭୨, ସୁନ୍ଦରଗଡ ରୁ ୧୪୮ ଓ ଷ୍ଟେଟ ପୁଲ ରୁ ୧୯୨ ଜଣ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧,୪୬,୮୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୪,୧୬୩ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧,୧୨,୦୬୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।