ମୁମ୍ବାଇ,୧୧।୦୯ : ଡ୍ରଗ୍ସ ଲିଙ୍କ ମାମଲାରେ ଗିରଫ ହୋଇଥିବା ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ଶୌଭିକ ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଖାରଜ ହୋଇଛି। ମୁମ୍ବାଇ ସେସନ କୋର୍ଟ ରିୟା ଓ ଶୌଭିକଙ୍କ ସମେତ ସମସ୍ତ ୬ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ କରିଥିବାରୁ ସେମାନେ ଏବେ ଜେଲରେ ରହିବେ। ସୂଚନାଯୋଗ୍ୟ ରିୟା ଓ ଶୌଭିକ ଗିରଫ ବିରୋଧରେ ମୁମ୍ବାଇ ସେସନ କୋର୍ଟରେ ଜାମିନ ଆବେଦନ କରିଥିଲେ।