ନୂଆଦିଲ୍ଲୀ,୦୫।୦୯ : ପୋଷ୍ଟ ଅଫିସ ସେଭିଂ ଆକାଉଣ୍ଟ ନିୟମ ପରିବର୍ତ୍ତନ ହୋଇଛି। ଗ୍ରାହକ ଏହାକୁ ପାଳନ ନ କଲେ କ୍ଷତି ସହିବେ। ନୂଆ ନିୟମ ଅନୁଯାୟୀ ପୋଷ୍ଟ ଅଫିସ ଆକାଉଣ୍ଟର ସର୍ବନିମ୍ନ ବାଲାନ୍ସ ସୀମା ୫୦ ଟଙ୍କାରୁ ୫୦୦ ଟଙ୍କା ବୃଦ୍ଧି କରାଯାଇଛି। ଯଦି ଆପଣଙ୍କ ଖାତାରେ ସର୍ବନିମ୍ନ ୫୦୦ ଟଙ୍କାରୁ କମ ଥାଏ ତାହେଲେ ଆର୍ଥିକ ବର୍ଷର ଅନ୍ତିମ କାର୍ଯ୍ୟ ଦିବସରେ ପୋଷ୍ଟ ଅଫିସ ୧୦୦ ଟଙ୍କା ଫାଇନ ଅସୁଲ କରିବ।
ସେହିପରି ଡାକଘର ବର୍ତ୍ତମାନ ବ୍ୟକ୍ତିଗତ କିମ୍ବା ସଂଯୁକ୍ତ (ଜଏଣ୍ଟ) ଆକାଉଣ୍ଟରେ ପ୍ରତିବର୍ଷ ୪ ପ୍ରତିଶତ ସୁଧ ଦେଇଥାଏ। କିନ୍ତୁ ସଞ୍ଚୟ ଖାତାରେ ସର୍ବନିମ୍ନ ୫୦୦ ଟଙ୍କା ରହିବା ଜରୁରୀ। ଯଦି ଆପଣ ଆକାଉଣ୍ଟ ସହିତ ଆଧାର ଲିଙ୍କ କରିନାହାନ୍ତି ତା’ହେଲେ ଶୀଘ୍ର ଲିଙ୍କ କରିଦିଅନ୍ତୁ। ଏହାଦ୍ୱାରା ଆପଣ ସରକାରୀ ସବସିଡିର ଲାଭ ଉଠାଇ ପାରିବେ। ପୋଷ୍ଟ ଅଫିସରେ ସେଭିଂ ଆକାଉଣ୍ଟ ଖୋଲିଲେ ମିଳିଥାଏ ଅନେକ ସୁବିଧା। ନନ୍-ଚେକ୍ ସୁବିଧା ଖାତାରେ ସର୍ବନିମ୍ନ ରାଶି ୫୦ ଟଙ୍କା। ଆର୍ଥିକ ବର୍ଷ ୨୦୧୨-୧୩ରୁ ଅର୍ଜିତ ସୁଧ ପ୍ରତିବର୍ଷ ୧୦ ହଜାର ତାଙ୍କ ଏଯାଏଁ କର ମୁକ୍ତ ରହିଛି। ଏହାଛଡା କୌଣସି ନାବାଳକ/ନାବାଳିକାଙ୍କ ନାଁରେ ମଧ୍ୟ ଆକାଉଣ୍ଟ ଖୋଲା ଯାଇପାରବ। ୧୦ ବର୍ଷ କିମ୍ବା ତା’ଠାରୁ ଅଧିକ ବର୍ଷର ନାବାଳିକ/ନାବାଳିକା ଆକାଉଣ୍ଟ ଖୋଲି ପାରିବେ। ଏହାଛଡା ଡାକ ବିଭାଗ ପୋଷ୍ଟ ଅଫିସ ସେଭିଂ ଆକାଉଣ୍ଟ ସହିତ ଆଧାର ଲିଙ୍କ କରାଇବାକୁ ଏକ ସର୍କୁଲାର ଜାରି କରିଛି। ଏଥିରେ କୁହାଯାଇଛି ଲୋକେ ନିଜ ଏହି ଆକାଉଣ୍ଟରେ ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର (ଡିବିଟି )ର ଲାଭ ଉଠାଇପାରିବେ।
Home ରାଷ୍ଟ୍ରୀୟ ଅନ୍ତଃରାଷ୍ଟ୍ରୀୟ ବଦଳିଲା ପୋଷ୍ଟ ଅଫିସ ସେଭିଂ ଆକାଉଣ୍ଟ ନିୟମ ଜାଣନ୍ତୁ କ’ଣ ହେଲା ନିୟମ ଏହାକୁ ପାଳନ...