ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ୪ ଖେଳାଳିଙ୍କ ନାମକୁ ସୁପାରିଶ

ନୂଆଦିଲ୍ଲୀ,୧୯।୦୮: ଚଳିତ ବର୍ଷର ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ୪ ଜଣ ଖେଳାଳିଙ୍କ ନାମକୁ ସୁପାରିଶ କରାଯାଇଛି। ୪ ଜଣ ଖେଳାଳିଙ୍କ ମଧ୍ୟରେ ଭାରତର ଦମଦାର ବ୍ୟାଟସମ୍ୟାନ ରୋହିତ ଶର୍ମାଙ୍କ ନାମ ମଧ୍ୟ ସାମିଲ ରହିଛି। ପୁରସ୍କାର କମିଟି ଏସିଆନ୍ ଗେମ୍ସର ସ୍ୱର୍ଣ୍ଣ ପଦକ ବିଜେତା କୁସ୍ତି ବିନେଶ ଫୋଗାଟ, ଟେବୁଲ୍ ଟେନିସ୍ ଚାମ୍ପିଅନ୍ ମାଣିକା ବାତ୍ରା ଏବଂ ପାରାଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ମାରିଆପାନ୍ ଥାଙ୍ଗାଭେଲୁଙ୍କ ସହ ରୋହିତ ଶର୍ମାଙ୍କୁ ମଧ୍ୟ ସୁପାରିଶ କରିଛନ୍ତି।
କୋରୋନା ଭାଇରସ ମହାମାରୀ ହେତୁ ଚଳିତ ବର୍ଷ ପ୍ରଥମ ଥର ପାଇଁ ଜାତୀୟ କ୍ରୀଡ଼ା ପୁରସ୍କାର ବିତରଣ ଉତ୍ସବ ଅନଲାଇନରେ ଅନୁଷ୍ଠିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଯେଉଁଥିରେ ସମସ୍ତ ବିଜେତା ଅଗଷ୍ଟ ୨୯ରେ ନିଜନିଜ ସ୍ଥାନରୁ ଅନଲାଇନ ରହିବେ ଏବଂ ସେମାନଙ୍କ ନାମ ଘୋଷଣା କରାଯିବ। କିମ୍ବଦନ୍ତୀ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନ କ୍ରୀଡ଼ା ଦିବସ ଅବସରରେ ଅଗଷ୍ଟ ୨୯ରେ ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଥାଏ |