ଓଡିଶାର ୧୪ ଜଣଙ୍କୁ ମିଳିବ ପୋଲିସ ପଦକ

ନୂଆଦିଲ୍ଲୀ,୧୪।୮: ପୋଲିସ ପଦକ ତିଲିକା ଘୋଷଣା କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଓଡିଶାର ୧୪ ଜଣଙ୍କୁ ମିଳିବ ପୋଲିସ ପଦକ । ଏଥିରେ ବିଶିଷ୍ଟ ସେବା ପାଇଁ ୨ଜଣଙ୍କୁ ମିଳିବ ରାଷ୍ଟ୍ରପତି ପଦକ । ସେହିପରି ଉକ୍ରୃଷ୍ଟ ସେବା ପଦକ ୧୨ ଜଣ ପାଇବେ । ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ପୋଲିସ ପଦକ ପାଇଁ ଘୋଷଣା କରାଯାଇଛି ।
ଭିଜିଲାନ୍ସ ଡିଏସ୍‌ପି କେ. ବେଣୁଗୋପାଳ ଆଚାର୍ଯ୍ୟ ଓ କନଷ୍ଟେବଲ ବିରଞ୍ଚି ନାରାୟଣ ସାହୁ ପାଇବେ ରାଷ୍ଟ୍ରପତି ପଦକ।
୧୨ ପୁଲିସ୍‌ କର୍ମଚାରୀଙ୍କୁ ମିଳିବ ଉତ୍କୃଷ୍ଟ ସେବା ପଦକ। ଭିଜିଲାନ୍ସ ASP ଅଭିରାମ କର , ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ତାପସ ମହାପାତ୍ର ପାଇବେ ଉତ୍କୃଷ୍ଟ ସେବା ପଦକ। ସେମାନଙ୍କ ବ୍ୟତୀତ ଏସିପି ଅନୀଲ ମିଶ୍ର, ଡିଏସ୍‌ପି ଅନୁପମା ମହାପାତ୍ର, ଏଡିସିପି ରାଜକିଶୋର ପାଇକରାୟ, ଇନ୍ସପେକ୍ଟର ଅଜୟ ଦାସ, ଇନ୍ସପେକ୍ଟର ଅତୁଲକ୍ରିଷ୍ଣା ଦାସ, ଇନ୍ସପେକ୍ଟର ସରୋଜ ପଟେଲ ଓ ଇନ୍ସପେକ୍ଟର ନିର୍ମଳ ମହାପାତ୍ରଙ୍କୁ ମିଳିବ ଏହି ପଦକ।
ସେହିପରି ସୁବେଦାର କିଶୋର ବଳବନ୍ତରାୟ, ସିପାହୀ ରଥ ଲାକ୍ରା, ହାବିଲଦାର ମହମ୍ମଦ ଫଜଲ ଉମରଙ୍କୁ ମଧ୍ୟ ପୁଲିସ୍‌ ପଦକ ସମ୍ମାନରେ ସମ୍ମାନିତ କରାଯିବ।