ଖୋର୍ଦ୍ଧା ଜିଲ୍ଲାରେ ପ୍ରଶାସନ ଛେଉଣ୍ଡ ଚାଷୀଙ୍କ ଛାତିକୁ ସମବାୟର ଛୁରା । (ବାଣପୁରରେ ସାର ପିଡିଆ ଯୋଗାଣରେ ମହାଘୋଟାଲା )

ବାଣପୁର, ୦୭/୦୮: ଓଡିଶା ଏକ କୃଷି ବହୁଳ ରାଜ୍ୟ ହୋଇଥିବା ବେଳେ କୃଷିକାର୍ଯ୍ୟ ଓଡିଆ ମାନଙ୍କର ଏକମାତ୍ର ସାହାରା । କୃଷକ ସମାଜର ଉଚ୍ଚିତ ଦାବି ସବୁ ସରକାରୀବାବୁ ମାନଙ୍କ ଟେବୁଲ ତଳେ ବନ୍ଧାପଡି ଛଟପତ ହେଉଛନ୍ତି । ଏହି ସମୟରେ କୃଷି ଓ କୃଷକ ମାନଙ୍କର ମୁଖ୍ୟ ଉପାଦେୟ ସାର ପିଡିଆ ଯୋଗାଣ ବ୍ୟବସ୍ଥାରେ କକଙ୍କ ଲାଗି ଯାମ୍ ହୋଇଗଲାଣି । ସରକାରଙ୍କ ନିତି ଅନୁସାରେ ସାରପିଡିଆ ବିକ୍ରୀ ପାଇଁ ସମବାୟ ସମିତି ସଂସ୍ଥାମାନେ ଅଧିକୃତ ହୋଇଥିବା ବେଳେ ତଦାରଖ ଅଧିକାରୀ ମାନେ ଆଖିବୁଜି କ୍ଷୀର ପିଉଛନ୍ତି । ଆଜି ଓଡିଶାର କୃଷି କାର୍ଯ୍ୟରେ ସମବାୟ ସଂସ୍ଥାର ନିର୍ଯ୍ୟାତନା ଅସହ୍ୟ ହୋଇଗଲାଣି । ଖୋର୍ଦ୍ଧା ଜିଲ୍ଲାର ସମବାୟ ସଂସ୍ଥାମାନେ ଖୋଲା ବଜାର ବିକ୍ରେତାଙ୍କ ସହିତ ମଧୁଚନ୍ଦ୍ରିକା କରି ସ୍ଵାର୍ଥ ହାସଲ କରିବାରେ ଲାଗିଛନ୍ତି ଓ କୃଷକ ସ୍ବାର୍ଥକୁ ଧୁଳି ଦେଇ କୃତ୍ରିମ ଖାଦ୍ୟାଭାବ ସୃଷ୍ଟିକରୁଛନ୍ତି । ସମବାୟ ସଂସ୍ଥା ମାନେ କୃଷକ ମାନଙ୍କୁ ଷ୍ଟକ ନ ଥିବା କଥା କହି ଖୋଲା ବଜାର ବିକ୍ରେତାଙ୍କ ଠାରୁ ଉଚ୍ଚାଦରରେ କମିଶନ ପାଉଛନ୍ତି । ସାର ପିଡିଆର ନିର୍ଧାରିତ ଦର ସାଧାରଣଙ୍କ ଅବଗତି ନିମନ୍ତେ ପ୍ରକାଶ କରାଯାଉ ନାହିଁ। ଓଡିଶା ସରକାରଙ୍କର କୃଷି ଓ ଖାଦ୍ୟ ଉତ୍ପାବାନ ନିର୍ଦେଶାଳୟ ଚିଠି ସଂଖ୍ୟା -5M (07) 31/201411107/Agril, ତା.୧୬.୦୫.୨୦୨୦ ନିର୍ଦ୍ଧେଶରେ ବିଭିନ୍ନପ୍ରକାର ସାରର ସର୍ବାଧିକ ଦର ଧାର୍ଯ୍ୟ କରିଥିବା ବେଳେ ଏହା କେବଳ ଅନ୍ଧକୁ ଦର୍ପଣ ଦେଖେଇବା ନିତି । ନିର୍ଦ୍ଧାରିତ ଦରର କାର୍ଯ୍ୟକାରିତା ପ୍ରତି ପ୍ରଶାସନ ଆଖିବୁଜି ଚୁପ ହୋଇଯାଇ ଲାଭଖୋର ବ୍ୟବସାୟରେ ଲିପ୍ତ ରହୁଛି । ଏହା ସତ୍ୟ ଯେ କୋଣସି ସମବାୟ ସଂସ୍ଥା ଷ୍ଟକକୁ ପ୍ରକାଶ କରୁନାହାନ୍ତି କିମ୍ବା ନିର୍ଦ୍ଧାରିତ ମୂଲ୍ୟରେ ବିକ୍ରି କରୁନାହାନ୍ତି । ଧାର୍ଯ୍ୟସର୍ବାଧିକ ମୂଲ୍ୟଠାରୁ ପ୍ରାୟ ୩୦ରୁ ୪୦ ଟଙ୍କା ଅଧିକ ଚଢା ଦରରେ ସାର ବିକ୍ରି କରାଯାଇ ଜୁଲୁମ କରାଯାଉଛି। ପ୍ରତିବାଦ କଲେ ସାର କିଣିବାରୁ ବଞ୍ଚିତ କରାଯାଉଛି ଓ ସମବାୟ ଋଣ ବଣ୍ଟନରେ ଟାଳଟୁଳ ନିତି ପ୍ରଦର୍ଶନ କରାଯାଉ ଅଛି । ବିପ୍ଳବ ନ୍ୟୁଜ୍ ତରଫରୁ ଏ ପ୍ରକାର ଅଭିଯୋଗର ସତ୍ୟାସତ୍ୟ ଜାଣିବା ପାଇଁ ଖୋର୍ଦ୍ଧା ଜିଲ୍ଲାର ଅନେକ ସମବାୟ ସଂସ୍ଥା ସହ ଯୋଗାଯୋଗ କରଯାଇଥିଲା ଓ ଅନୁସନ୍ଧାନରୁ ଜଣାପଡିଥିଲା କି ଅନେକ ସମବାୟ ସଂସ୍ଥା ମାନେ ନେଉଥିବା ଅଧିକ ଦାମ୍ କୁ ଟ୍ରାନ୍ସପୋର୍ଟିଂ, ଲୋଡିଙ୍ଗ ଅନଲୋଡିଙ୍ଗ ଆଦିରେ ଦାବି କରୁଛନ୍ତି । ଚାଷୀ ମାନଙ୍କୁ ରସିଦ ଦେଉନାହାନ୍ତି , ପ୍ରତିବାଦ କଲେ ନାନା ପ୍ରକାର ଧମକ ଚମକ ଦେଖାଯାଉଛି ଫଳରେ କୃଷକ ମାନେ ପ୍ରଶାସନ ଛେଉଣ୍ଡପରି ନିର୍ଯ୍ୟାତନା ଓ ଠକାମିର ଶିକାର ହେଉଛନ୍ତି । ବର୍ତ୍ତମାନ କରୋନାର ଶୁଭ ମୂହୁର୍ତ୍ତରେ ଚାଷୀର ଆଭିଯୋଗ ଶୁଣିବାକୁ ପ୍ରଶାସନ ବାହାନା କରିଚାଲିଛି । ଏଥି ପ୍ରତି ପ୍ରଶାସନ ଦ୍ରୁଷ୍ଟି ଦେବା ସହିତ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହେଉଛି ।