ଭୁବନେଶ୍ୱର,୩୧/୦୭: ଲୋକଙ୍କ ଜୀବନ ରକ୍ଷା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ମାସ୍କ ନ ପିନ୍ଧିଲେ ୫ ହଜାର ଫାଇନ। ଜୀବନ ବଞ୍ଚିବା ସହ ଜୀବିକା କୁ ବଞ୍ଚେଇବାକୁ ପଡିବ। ରାତ୍ରୀ କାଳୀନ କର୍ଫ୍ୟୁ ଜାରୀ ରହିବ। ରାତି ୯ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ କର୍ଫ୍ୟୁ। ଅଗଷ୍ଟ ୩୧ ଯାଏଁ ଧାର୍ମିକ ଅନୁଷ୍ଠାନ ବନ୍ଦ। ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ ବନ୍ଦ , ସିନେମା ହଲ, ସ୍ୱିମିଙ୍ଗ ପୁଲ, ବନ୍ଦ ରହିବ। ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ ଜିଲ୍ଲା, ରାଉରକେଲା ମୁନିସିପାଲ କର୍ପୋରେସନ ସପ୍ତାହନ୍ତ ବନ୍ଦ ରହିବ । ଅଗଷ୍ଟ ୫ ରୁ ଜିମ ଖୋଲା ରହିବ। ଦୋକାନୀ ସାମାଜିକ ଦୂରତା ପାଳନ ନ କଲେ ଜୋରିମନା ସହିତ ଦୋକାନ କୁ ସିଲ କରାହେବ। ଶିଳ୍ପ କାରଖାନା ପୂର୍ବଭଳି କାର୍ଯ୍ୟ ଜାରୀରହିବ। କଟକଣା ଓ ଜୋରିମନା କଡାକଡି ପାଳନ ହେବ। ଜରୁରୀ ସେବା ଯୋଗାଉଥିବା ଏସଆରସି, ଓସଡାମା, ପୋଲିସ, ଅଗ୍ନିଶମ ବାହିନୀ, ସ୍ୱାସ୍ଥ୍ୟ ବିଭାଗ, ମୁନିସିପାଲିଟି ଦପ୍ତରଗୁଡ଼ିକ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ। ବିଭିନ୍ନ ବିଭାଗ ଓ ବିଭାଗୀୟ ମୁଖ୍ୟ ଦପ୍ତରଗୁଡ଼ିକରେ ରୋଷ୍ଟର ଡ୍ୟୁଟି।