ଭୁବନେଶ୍ୱର,୩୧/୭: ରାଜ୍ୟରେ କରୋନା ମହାମାରୀ ବଢି ଚାଲିଥିବାରୁ ଏହାକୁ ଦୃଷ୍ଟିରେ ରଖି ଓଡିଶା ପ୍ରଶାସନ ପକ୍ଷରୁ ଆଗାମୀ ମାସ ଅର୍ଥାତ୍ ଅଗଷ୍ଟରେ ସରକାରୀ କାର୍ଯ୍ୟାଳୟଗୁଡିକର କାର୍ଯ୍ୟକାରିତା ନେଇ ନୂଆ ନିର୍ଦ୍ଦେଶାନାମା ଜାରି ହୋଇଛି । ୫୦% କର୍ମଚାରୀଙ୍କୁ ନେଇ ରାଜ୍ୟର ସବୁ ସରକାରୀ ଅଫିସ ଚାଲିବ । କେବଳ ଜରୁରୀ ସେବା ପାଇଁ ୧୦୦% କର୍ମଚାରୀ ଆସିବେ । ସେହି ଜରୁରୀ ବିଭାଗ ହେଉଛି- ଏସଆରସି ଓ ଓଏସଡିଏମଏ ଅଫିସ, ପୋଲିସ, ଅଗ୍ନିଶମ, ସ୍ୱାସ୍ଥ୍ୟ ସେବା, ମ୍ୟୁନିସିପାଲିଟି । ଏହା ସହ ଅଗଷ୍ଟ ମାସରେ ସବୁ ସରକାରୀ ଅଫଡିସ ଶନିବାର ଦିନ ବି ବନ୍ଦ ରହିବ । କର୍ମଚାରୀମାନେ ରୋଷ୍ଟର ଆଧାରରେ ଅଫିସରରେ ଯୋଗଦେବେ ।