ରାଜ୍ୟରେ ଅନଲକ ୩.୦ ପାଇଁ ଆସିଲା ଗାଇଡଲାଇନ୍, ଜାଣନ୍ତୁ କ’ଣ ରହିଛି କଟକଣା ?

ଭୁବନେଶ୍ୱର,୩୧/୦୭: ସାରା ରାଜ୍ୟରେ କରୋନା ସଙ୍କଟ ଲାଗିରହିଥିବା ବେଳେ ଆସିଲା ନୂଆ ଗାଇଡଲାଇନ୍ । ଅଗଷ୍ଟ ୧ରୁ ୩୧ ଯାଏଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଅନଲକ୍ ୩କୁ ନେଇ ଏସଆରସି ପ୍ରଦୀପ ଜେନା କହିଛନ୍ତି ଯେ, ‘ଅବରୋଧ ଅଞ୍ଚଳରେ ଲକଡାଉନ ଜାରି ରହିବ । ଅବରୋଧ ଅଞ୍ଚଳକୁ ପ୍ରବେଶ ଓ ପ୍ରସ୍ଥାନ ଉପରେ ରୋକ ଲଗାଯିବ । ଅବରୋଧ ଅଞ୍ଚଳର ତଥ୍ୟ ସରକାରଙ୍କ ୱେବସାଇଟରେ ଉପଲବ୍ଧ ହେବ ।’

ତେବେ ରାତି ୯ଟାରୁ ସକାଳ ୫ଟା ଯାଏଁ ରାତି କର୍ଫ୍ୟୁ ବଳବତ୍ତର ରହିବ । ଜରୁରୀ ସେବାରେ ଥିବା କର୍ମଚାରୀ ଯାତାୟତ କରିପାରିବେ । ଆଇଟି କମ୍ପାନୀ କର୍ମଚାରୀ ନିଜର ପରିଚୟ ପତ୍ର ଦେଖାଇ ଯାଇପାରିବେ । ଜାତୀୟ ରାଜପଥରେ ଢାବା ଖୋଲା ରହିବ (କେବଳ ପାର୍ସେଲ) । କଟକ , ଖୋର୍ଦ୍ଧା , ଗଞ୍ଜାମ , ଗଜପତି ଓ ରାଉରକେଲା ରେ ସାପ୍ତାହିକ ଶନିବାର ଓ ରବିବାର ସଟ ଡାଉନ୍ ଜାରି ରହିବ ( ସକାଳ ୫ ରୁ ଦିନ ୧ ଯାଏଁ କେବଳ ଅଗଷ୍ଟ ୧ ଓ ୨ ତାରିଖ ଜରୁରୀ ଅତ୍ୟାବଶ୍ୟକ ଦୋକାନ ଖୋଲା ରହିବ )

ମାସ୍କ ନ ପିନ୍ଧିଲେ ବା ଭୁଲ ଭାବେ ପିନ୍ଧିଲେ ପ୍ରଥମେ ୧୦୦୦ ଦ୍ଵିତୀୟ ଥର ୫୦୦୦ ଫାଇନ । ୧୦ ରୁ ଅଧିକ ଲୋକ ଜନ ଗହଳି / ସର୍ବସାଧାରଣ ଜାଗାରେ ଏକାଠି ହେଲେ ୧୦,୦୦୦ ଫାଇନ । ଦୋକାନ ଓ ମାର୍କେଟ କମ୍ପ୍ଲେକ୍ସରେ ସାମାଜିକ ଦୂରତା ରକ୍ଷା ନ ରହିଲେ ଦୋକାନ ମାଲିକ ୧୦,୦୦୦ ଫାଇନ ସହ ୧ ମାସ ଦୋକାନ ସିଲ୍ । ଧାର୍ମିକ ସ୍ଥଳ ମନ୍ଦିର ମସଜିଦ ଗୁରୁଦ୍ୱାର କୁ ଯିବା କଟକଣା । ସିନେମା ହଲ୍ ବନ୍ଦ , ଶିକ୍ଷାନୁଷ୍ଠନଗୁଡ଼ିକୁ ସମ୍ପୂର୍ଣ୍ଣ ଅଗଷ୍ଟ ୩୧ ଯାଏଁ ବନ୍ଦ । ଅଗଷ୍ଟ ୫ ତାରିଖରୁ ଯୋଗ କେନ୍ଦ୍ର ଓ ଜିମ ନିୟମ ଅନୁଯାୟୀ ଖୋଲା ରହିବ । ସମସ୍ତ ସରକାରୀ ବ୍ୟବସ୍ଥା ଜାରି ରହିବ
। ଓଲା ଓ ଉବେର୍ ଗାଡ଼ି ସେବା ଜାରି ରହିବ ।