ବାଣପୁର ବ୍ଲକରେ ପୁଣି ଲାଗିଲା ସଟଡାଉନ ।

ବାଣପୁର, ୩୦/୦୭ : ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅଧିନସ୍ତ ନନ୍ଦପୁର, କୁମାରଙ୍ଗ ଓ ଭାବନିପୁର ପଞ୍ଚାୟତ ର ସରପଞ୍ଚ ଯଥାକ୍ରମେ ମମତା ପ୍ରଧାନ, ମନୋଜ କୁମାର ପ୍ରାଧାନ ଓ ରିନା ଦେଇ ନିଜ ଜିଲ୍ଲାପାଳ କ୍ଷମତାର ପ୍ରୟୋଗ କରି କିଛି ଅଞ୍ଚଳରେ ସଟଡାଉନ ଘୋଷଣା କରିଛନ୍ତି । କୁମାରଙ୍ଗ ଗ୍ରାମ ପଞ୍ଚାୟତର ଚମ୍ପାଦେଇପୁର ଗ୍ରାମକୁ ୩୦.୦୭.୨୦୨୦ଅପରାହ୍ନ ୧ ଟା ଠାରୁ ୦୩.୦୮.୨୦୨୦ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି ଓ ନନ୍ଦପୁର ଗ୍ରାମପଞ୍ଚାୟତର ପଦନପୁର ଗ୍ରାମକୁ ୩୦.୦୭.୨୦୨୦ଅପରାହ୍ନ ୧ ଟା ଠାରୁ ୦୩.୦୮.୨୦୨୦ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି ସେହିପରି ଭାବନୀପୁର ଗ୍ରାମପଞ୍ଚାୟତର ବାଲିଡ଼ିହି ଗ୍ରାମକୁ ୩୦.୦୭.୨୦୨୦ ଅପରାହ୍ନ ୩ ଟା ଠାରୁ ୦୪.୦୮.୨୦୨୦ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ଏହା ସହିତ ଉକ୍ତ ଅଞ୍ଚଳର ସାନିଟାଇଜେସନ୍‌ ପାଇଁ ସରପଞ୍ଚ ନିର୍ଦ୍ଦେଶ ଦେବା ସହିତ ଅତି ଆବଶ୍ୟକ ନଥିଲେ ଘରୁ ନ ବାହାରିବାକୁ ନିବେଦନ କରିଛନ୍ତି |