ସିଲ ହେଲା କାଞ୍ଚନ ହୋଟେଲ

ଭୁବନେଶ୍ୱର : କୋଭିଡ୍ ନିୟମ ଉଲଂଘନ ପାଇଁ ରାଜଧାନୀ ଭୁବନେଶ୍ୱର ଏୟାରପୋର୍ଟ ଛକରେ ଥିବା କାଞ୍ଚନ ହୋଟେଲକୁ ଆଜି ବିଏମସି ଓ ବିଡିଏର ଏନଫୋର୍ସମେଣ୍ଟ ସ୍କାର୍ଡ ସିଲ କରିଛି। ସରକାରୀ ନିୟମ ଅନୁଯାୟୀ ହୋଟେଲରୁ କେବଳ ପାର୍ସଲ ପାଇଁ ଅନୁମତି ମିଳିଛି। ଗ୍ରାହକଙ୍କୁ ହୋଟେଲ ଭିତରେ ଖାଇବା ମନା। ମାତ୍ର ସମ୍ପୃକ୍ତ ହୋଟେଲ ମାଲିକ ଏହି ନିୟମର ଉଲଂଘନ କରିଥିବା ଅଭିଯୋଗ ହୋଇଥିଲା।