ଭୁବନେଶ୍ୱର: ବାତିଲ ହେଲା CBSE ଦଶମ ଓ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ଜୁଲାଇ ୧ ରୁ ୧୫ ଯାଏ ହେବାକୁ ଥିବା ଅବଶିଷ୍ଟ ପରୀକ୍ଷା ନକରିବାକୁ ନିଷ୍ପତ୍ତି ନିଆଯାଇଛି। ଆଜି ସୁପ୍ରିମ କୋର୍ଟଙ୍କୁ ଏନେଇ ଅବଗତ କରାଇଛନ୍ତି ସଲି ସିଟର ଜେନେରାଲ ତୁଷାର ମେହେଟା। ଏହାସହ କରୋନା ସ୍ଥିତି ସୁଧୁରିବା ପରେ ଇଛୁକ ଥିବା ଛାତ୍ର ଛାତ୍ରୀଙ୍କ ଲାଗି କେବଳ ଦ୍ଵାଦଶ ଶ୍ରେଣୀ ପରୀକ୍ଷା କରାଯିବ ବୋଲି CBSE ନିଷ୍ପତ୍ତି ନେଇଥିବା ସେ କହିଛନ୍ତି। ତେବେ ଦଶମ ଓ ଦ୍ଵାଦଶ ଶ୍ରେଣୀ ପରୀକ୍ଷାର୍ଥୀ ଙ୍କୁ ପୂର୍ବ ପରୀକ୍ଷା ପ୍ରଦର୍ଶନ ଭିତ୍ତିରେ ମାର୍କ ଦିଆଯିବ।