ଠାକୁରଗଡ଼,୨୩/୧୨(ବୁଲୁ ଦଳେଇ) – ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ର ଷୋଳ ପଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଆଜି ନୂଆ – ଓ ଯୁବ ଓଡ଼ିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ର ଉଦଯାପିତ ହୋଇ ଯାଇଛି। ଏହି କାର୍ଯ୍ୟ କ୍ରମ ଦୀର୍ଘ ୧୨ଦିନ ଧରି ଚାଲୁ ରହି ଆସୁଥିଲା । ବାଲ୍ୟ ବିବାହ ପ୍ରଥା, ପ୍ଲାଷ୍ଟିକ ବର୍ଜନ, ପରିବେଶ ପ୍ରଦୂଷଣ କୁ ରୋକିବା ପାଇଁ ସଚେତନ କରାଇବା ସହ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ଖେଳ କୁଦ ଆରମ୍ଭ ହୋଇ ଥିଲା ।ଆଜି ଏହାର ଅନ୍ତିମ ପର୍ଯ୍ୟାୟ ରେ ଏକ ରଙ୍ଗାରଙ୍ଗ ଉତ୍ସବ ପାଳିତ ହୋଇଥିଲା। ଏଥିରେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ମୂଖ୍ୟ ଅତିଥି ରୂପେ ଯୋଗଦେଇ ଦେଇଥିଲେ। ସମ୍ମାନିତ ଅତିଥି ରୂପେ ଆଠମଲ୍ଲିକ ତହସିଲ ଦାର୍ ଶ୍ୟାମ ସୁନ୍ଦର ସାହୁ, ଷୋଳ ପଦା କଲେଜ୍ ର ପ୍ରତିଷ୍ଠାତା ଭଗବାନ ସାହୁ, ଜିଲ୍ଲାପରିଷଦ ଯୁଧିଷ୍ଠିର ସିଂହ, ଷୋଳ ପଦା କଲେଜ୍ ଅଧ୍ୟକ୍ଷ ପ୍ରବୀଣ କୁମାର ସାହୁ, ମୁଖ୍ୟ ବକ୍ତା ଭାବେ ବଇଣ୍ଡା ଜନତା ମହାବିଦ୍ୟାଳୟ ର ଅଧ୍ୟାପକ କାଳିଆ ସେଠୀ ଯୋଗ ଦେଇଥିଲେ। ମହାବିଦ୍ୟାଳୟ ର ଇଂରାଜୀ ଶିକ୍ଷକ ପ୍ରସନ୍ନ କୁମାର ମହାରଣା ମଞ୍ଚ ପରିଚାଳନା କରିଥିଲେ। ଅତିଥି ମାନେ ଜଗନ୍ନାଥ ଙ୍କ ନିକଟ ରେ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବ କୁ ଉଦଘାଟିତ କରିଥଲେ।ଏଥିରେ ଛାତ୍ର ଛାତ୍ରୀ ମାନେ ଅତିଥି ମାନଙ୍କୁ ଉତ୍ତରୀୟ ଏବଂ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସମ୍ମାନିତ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ମନ ମୁଗ୍ଧ କର ଅଙ୍ଗ ଭଙ୍ଗୀ ର ନୃତ୍ୟ ସାଙ୍ଗକୁ ସୁଲଳିତ କଣ୍ଠରେ ସଙ୍ଗୀତ ଗାନ କରି ଅତିଥି ମାନଙ୍କୁ ସ୍ଵାଗତ କରିଥଲେ। କଲେଜ୍ ତରଫରୁ କଲେଜ୍ ର ପ୍ରାଣ ପ୍ରତିଷ୍ଠାତା ମାନଙ୍କୁ ମନେ ପକାଇ ସେମାନଙ୍କୁ ମଧ୍ୟ ସମ୍ମାନିତ କରିଥିଲେ। ଅତିଥି ମାନେ ଖେଳାଳି ମାନଙ୍କୁ ମାନ ପତ୍ର ସାଙ୍ଗକୁ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥଲେ। ବାଳକ ବିଭାଗ ର ଚମ୍ପିୟାନ ଅମୂଲ୍ୟ ଦେହୁରୀ ହୋଇଥିବ ବେଳେ ବାଳିକା ବିଭାଗ ର ଚମ୍ପିୟାନ ସ୍ୱାଗତିକା ସେଠୀ ପୁରସ୍କୃତ ହୋଇଥିଲେ। ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସଚେତନ ମୂଳକ ବାର୍ତ୍ତା ଅନୁରୁପୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା। ଉତ୍ସବରେ ଛାତ୍ର ଛାତ୍ରୀ, ଅଭିଭାବକ, ସ୍ଥାନୀୟ ଜନ ସାଧାରଣ ଯୋଗ ଦେଇ ଉତ୍ସବ କୁ ସାଫଲ୍ୟ ମଣ୍ଡିତ କରିଥିବା ବେଳେ ଅଧ୍ୟାପକ ସନ୍ତୋଷ କୁମାର ପ୍ରଧାନ, ଅଧ୍ୟାପିକା ସ୍ନେହ ଲତା ପ୍ରଧାନ, ଚକ୍ରଧର ସାହୁ, କିରାଣୀ ପଞ୍ଚାନନ ଗାଇଗରିଆ, କର୍ମ ଚାରି ସୋମନାଥ ସାହୁ, ପଞ୍ଚାନନ ସାହୁ ପ୍ରମୁଖ ସହ ଯୋଗ କରିଥଲେ।