ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ପଞ୍ଚତ୍ରିଂଶତ୍ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ।

ମୁଖିଗୁଡ଼ା/ଜୟପାଟଣା:(ଅରୁଣ କୁମାର ସାହୁ): କଳାହାଣ୍ଡି ଜିଲ୍ଲା ମୁଖିଗୁଡ଼ା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ପଞ୍ଚତ୍ରିଂଶତ୍ତମ ବାର୍ଷିକ ଉତ୍ସବ ମହାସମାରୋହରେ ଗତ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ସର୍ଵ ପ୍ରଥମେ କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ଅତିଥି ମାନଙ୍କ ଦ୍ବାରା ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜଳନ କରାଯାଇଥିଲା।ଏହି ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ଯୋଗଦେଇଥିଲେ +୩ ଇନ୍ଦ୍ରାବତୀ ଡିଗ୍ରୀ ମହାବିଦ୍ୟାଳୟ ର ଇଂରାଜୀ ବିଭାଗ ର ଅଧ୍ୟାପକ ଶ୍ରୀଯୁକ୍ତ ମାନସ ରଞ୍ଜନ ପଣ୍ଡା ସେ ଆଜିର ସମାଜରେ ଶିକ୍ଷା କ୍ଷେତ୍ରରେ ଏକ ତୁଙ୍ଗ ସ୍ଥାନର ଅଧିକାରୀ ବୋଲି ତାଙ୍କର ବକ୍ତବ୍ୟରେ ପ୍ରତିପାଦନ କରିଥିବାବେଳେ l ମାନନୀୟ ସମ୍ମାନିତ ଅତିଥି ଶ୍ରୀଯୁକ୍ତ ପ୍ରମୋଦ କୁମାର ଠାକୁର ଶିକ୍ଷକ ତଥା ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ର ଜୟପାଟଣା ଖଣ୍ଡର ଖଣ୍ଡ ସଂଘ ଚାଳକ ଶିଶୁ ମନ୍ଦିର ର ପରିଚୟ କୁ ସ୍ପଷ୍ଟ ସମାଜ ଆଗରେ ସ୍ପଷ୍ଟ କରିଥିଲେ। ସମ୍ପାଦକ ଶ୍ରୀଯୁକ୍ତ ମୁରଲୀ ଧର ସାହୁ ବିଦ୍ୟାଳୟର ବିବରଣୀ ପାଠ କରିଥିଲେ ଓ ପ୍ରଧାନ ଆଚାର୍ଯ୍ୟ ଅଜୟ କୁମାର ପାଢ଼ୀ ପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲେ ,ଶ୍ରୀଯୁକ୍ତ ଶିଶିର କୁମାର ସାହୁ ଅଧ୍ୟକ୍ଷତା କରିଥିବା ଓ ଶ୍ରୀଯୁକ୍ତ ହେମନ୍ତ କୁମାର ପାଣଗ୍ରାହୀ କୋଷାଧ୍ୟକ୍ଷ ପରିଚାଳନା ସମିତି ଦାୟିତ୍ଵ ତୁଲାଇବା ବେଳେ ଆଚାର୍ଯ୍ୟ ମଳୟ କୁମାର ଦାସ ମଞ୍ଚ ପରିଚାଳନା କରିଥିଲେ ।ବିଦ୍ୟା ଠାରୁ ବଡ଼ କିଛି ନାହିଁ । ଏଣୁ ଶିକ୍ଷା କ୍ଷେତ୍ରରେ ନିଜକୁ ସୁଦୃଢ଼ କରିବା ଏବଂ ଉତ୍କଳ ଭବିଷ୍ୟତ କାମନା କରିଥିଲେ ଅତିଥି ଗଣ । ପରେ ବାର୍ଷିକ ଉତ୍ସବ ଉପଲକ୍ଷେ ବିଦ୍ୟାଳୟରେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥ୍‌ ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା । ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଛାତ୍ର, ଛାତ୍ରୀ ଓ ଅଭିଭାକ ଉପସ୍ଥିତ ଥିବା ବେଳେ ସମସ୍ତ ଗୁରୁଜୀ, ଗୁରୁମା ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା ।