ପିପିପି ଉଚ୍ଚ ବିଦ୍ୟାଳୟ ର ରଜତ ଜୟନ୍ତୀ ମହୋତ୍ସବ ଉଦ୍ ଯାପିତ |

ବରଗଡ଼ / ଗାଇସିଲେଟ :(ଫକୀର ରଣା )ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ବାରିହା ପୁଖା ପାଣି ପିପିପି ଉଚ୍ଚ ବିଦ୍ୟାଳୟ ର ରଜତ ଜୟନ୍ତୀ ମହୋତ୍ସବ ଉଦ୍ ଯାପିତ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମ କୁ ବରଗଡ଼ ଜିଲ୍ଲାପାଳ ମନିଷା ବାନାର୍ଜୀ ଶୁଭ ଉଦ୍ଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ମାନ୍ୟବର ହସ୍ତତନ୍ତ ଓ ବୟନ ଶିଳ୍ପମନ୍ତ୍ରୀ ଶ୍ରୀମତୀ ରୀତା ସାହୁ, ସମ୍ମାନିତ ଅତିଥି ରୂପେ ମାନ୍ୟବର ବରଗଡ଼ ସାଂସଦ ଶ୍ରୀମାନ ସୁରେଶ ପୂଜାରୀ ଯୋଗଦାନ କରି ବିଦ୍ୟାଳୟ ର ପ୍ରାଣ ପ୍ରତିଷ୍ଠାତା ଶିକ୍ଷକ ଓ କର୍ମଚାରୀ ତଥା କୃତି ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମ କୁ ମହା ସମାରୋହ ରେ କଳସ ଯାତ୍ରା ସହ ଆରମ୍ଭ କରି ବୈଦିକ ପାଞ୍ଚ କୁଣ୍ଡିୟ ହୋମ ଯଜ୍ଞ କରାଯାଇଥିଲା । କାର୍ଯ୍ୟକ୍ରମ ରେ ଅନ୍ୟାନ୍ୟ ସମ୍ବର୍ଦ୍ଧନା ସମାରୋହରେ ଏ ଡି ଇ ଓ ରାଧାକାନ୍ତ ଛାତ୍ରୀ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଧିରୋଜ୍ ପଟ୍ଟନାୟକ, କୃଷକ ନେତା କିଶୋର ଦେବତା, ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଉପଖଣ୍ଡ ପୋଲିସ ଅଧିକାରୀ ବିଭୂତି ଭୂଷଣ ଭୋଇ, ଜିଲ୍ଲା ପରିଷଦ ସଭ୍ୟା ଝରଣା ପାଣିଗ୍ରାହୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅମ୍ବିକା ତ୍ରିବେଦୀ, ବ୍ଲକ ଉପାଧ୍ୟକ୍ଷା ଯଶୋବନ୍ତି ପ୍ରଧାନ, ସରପଞ୍ଚ ଜୟନ୍ତୀ ସାହୁ, ସମିତି ସଭ୍ୟା ସରୋଜିନୀ ପ୍ରଧାନ, ବି ଇ ଓ ରାମଲାଲ ବରିହା, ପ୍ରଧାନ ଶିକ୍ଷକ ବଳରାମ ବଗର୍ତ୍ତି, ଯୁବନେତା ସଞ୍ଜୀବ ପଣ୍ଡା, ଅନେକ ଅନ୍ୟାନ୍ୟ ଶିକ୍ଷକ, ଭଦ୍ର ବ୍ୟକ୍ତି, କୃତି ଛାତ୍ର ଛାତ୍ରୀ, ସମସ୍ତ ବିଦ୍ୟାଳୟ କର୍ମଚାରୀ, ପଞ୍ଚ ଗାଁ ର ଗ୍ରାମ୍ୟ ମୁଖ୍ୟ, ବିଭିନ୍ନ ସାଂସ୍କୃତିକ ଦଳ ଙ୍କୁ ସମ୍ମାନିତ କରାଯାଇଥିଲା ।କାର୍ଯ୍ୟ କ୍ରମ ରେ ସଭା କାର୍ଯ୍ୟକୁ ହିନ୍ଦୀ ଶିକ୍ଷକ ନବୀନ ବରିହା ତଥା ସହକାରୀ ଶିକ୍ଷକ ହେମନ୍ତ ବାରିକ ପରିଚାଳନା ସହ ଶିକ୍ଷକ ମୋହନ ରଣା ବିବରଣୀ ପାଠ କରିଥିବା ବେଳେ ବରିଷ୍ଠ ଶିକ୍ଷକ ଅରକ୍ଷିତ ବାରିକ ଧନ୍ୟବାଦ୍ ଅର୍ପଣ କରିଥିଲେ ।