ସ୍ୱପ୍ନେସ୍ୱର ବାଳାଶ୍ରମରେ ଜୟନ୍ତୀ ଉତ୍ସବ ପାଳିତ |

ସାଲେପୁର:(ରଘୁ ନାଥ ପାତ୍ର ) ଓଡ଼ିଶା ବିଧାନସଭାର ପୂର୍ବତନ ମୁଖ୍ୟ ସଚେତକ,ରାଉରକେଲାର ପ୍ରାକ୍ତନ ବିଧାୟକ ,ବିଶିଷ୍ଟ ସମବାୟବିତ୍ ତଥା ସମାଜସେବୀ ସ୍ବର୍ଗତ ଗୁରୁପଦ ନନ୍ଦଙ୍କ ୭୯ ତମ ଜୟନ୍ତୀ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି।ତାଙ୍କ ଦ୍ଵାରା ପ୍ରତିଷ୍ଠିତ ସାଲେପୁର ବ୍ଲକ ରଟିଲୋ ପଞ୍ଚାୟତ ବୋଇଲୋସ୍ଥିତ ସ୍ୱପ୍ନେଶ୍ଵର ବାଳାଶ୍ରମରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ସାଲେପୁର ବ୍ଲକ ଆତ୍ମା ସଭାପତି ଦିଲ୍ଲୀପ ଦାଶ ଯୋଗ ଦେଇ ଗୁରୁପଦ ବାବୁ ଜଣେ ଜନପ୍ରିୟ ନେତା ଓ ଦରଦୀ ମଣିଷ ଥିଲେ ମତବ୍ୟକ୍ତ କରିଥିଲେ।ଏଥିସହ ବାଳା ଶ୍ରମ ର ଅଧିକ ବିକାଶ ହେଲେ ସ୍ବର୍ଗତ ନନ୍ଦଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ଶ୍ରୀ ଦାଶ ମତପ୍ରକାଶ କରିଥିଲେ।ସ୍ବର୍ଗତ ନନ୍ଦଙ୍କ ବଡ଼ ପୁଅ ଯୁବ ସମାଜସେବୀ ରୋମିଓ କାନ୍ତ ନନ୍ଦଙ୍କ ପ୍ରତେକ୍ଷ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ସମାଜସେବୀ ଦିଲ୍ଲୀପ ଦାଶ,ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ଶାରଦା ପ୍ରସନ୍ନ ପଣ୍ଡା,ଶିକ୍ଷାବିତ୍ ବିଷ୍ଣୁ ଚରଣ ମିଶ୍ର,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅନିରୁଦ୍ଧ ପରିଡ଼ା ପ୍ରମୁଖ ଯୋଗ ଦେଇ ସ୍ବର୍ଗତ ନନ୍ଦ ଜଣେ ନିଆରା ମଣିଷ ଓ ରାଜନେତା ଭାବେ ରାଜ୍ୟରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ବୋଲି ମତବ୍ୟକ୍ତ କରିଥିଲେ।ଗୁରୁପଦ ନନ୍ଦ ଜୟନ୍ତୀ କମିଟି ସଭାପତି ହେମନ୍ତ କୁମାର ନନ୍ଦ କାର୍ଯ୍ୟକ୍ରମରେ ପୌରହିତ୍ୟ କରିଥିବା ବେଳେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବଗ୍ରାହୀ ପ୍ରଧାନ ସଭା ପରିଚାଳନା କରିଥିଲେ।ବାଳା ଶ୍ରମ ର ସଭାପତି ତୈ ଲୋ କ୍ୟ ପଣ୍ଡା ସ୍ବାଗତ ଭାଷଣ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମରେ ବା ଳା ଶ୍ରମ ର ସୁପରି ଟେଡେଣ୍ଟ ସୁସନ୍ଧ୍ୟା ଶତପଥୀ,ପରିଚାଳକ ସୁବାଷ ଚନ୍ଦ୍ର ସାହୁ,ପୂର୍ବତନ ସମିତି ସଭ୍ୟ ବିଜୟ କୁମାର ମହାନ୍ତି,ସାମ୍ବାଦିକ ତାରାକାନ୍ତ ନାୟକ,ରଘୁ ନାଥ ପାତ୍ର,ପ୍ରଦୀପ୍ତ କୁମାର ମଲ୍ଲିକ,ଙ୍କ ସମେତ ବହୁ ଗୁରୂପଦ ପ୍ରେମୀ ଶୁଭେଛୁ ମାନେ ଯୋଗ ଦେଇ ସ୍ବର୍ଗତ ନନ୍ଦ ଙ୍କର ସ୍ମୃତି ଚାରଣ କରିଥିଲେ। ପ୍ରାରମ୍ଭରେ ମାନ୍ୟଗଣ୍ୟ ବ୍ୟକ୍ତିମାନେ ସ୍ବର୍ଗତ ନନ୍ଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ନୀରବ ପ୍ରାର୍ଥନା କରାଯାଇଥିଲା।କାର୍ଯ୍ୟକ୍ରମକୁ ଜୟନ୍ତୀ କମିଟିର କର୍ମକର୍ତ୍ତା ବୋଇଲୋ ଗ୍ରାମବାସୀ,ଓ ବାଳାଶ୍ରମର କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ।ଗୁରୁ ପଦ ନନ୍ଦ ଜୟନ୍ତୀ କମିଟି ସଭ୍ୟ ସୁବାଷ ଚନ୍ଦ୍ର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ।