ବାଲିଆପାଳ :(ଚନ୍ଦନ ଅଣ୍ଡିଆ )ଦୁଃଖ ଏମିତି ବି ମାଡ଼ି ଆସେ କହିଲେ ନ ସରେ, ପରିବାର ପାଇଁ ସାହାରା ଥିଲେ ଭାଗବତ ଜେନା ,ପେଶାରେ ଜଣେ ଡ୍ରାଇଭର ଆଦରରେ ସମସ୍ତେ ଡାକି ଥାଆନ୍ତି ଗୁଣ୍ଡିଆ ଭାଇ ବୋଲି, ବୟସ ତାଙ୍କର (୫୫) ପରିବାର କହିଲେ ଦୁଇ ପୁଅ ଗୋଟିଏ ଝିଅ ,ବଡ଼ ପୁଅ ଝିଅ ର ବାହାଘର କରାଇ ବେଶ ହସ ଖୁସିରେ ଚାଲି ଥାଏ ପରିବାର। ଏ ଘଟଣା ହେଉଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ରେ ଥିବା ବାଲିଆପାଳ ଗ୍ରାମପଞ୍ଚାୟତ ରେ , ହେଲେ ଭଗବାନ ଯେପରି ଏହି ପରିବାର ପାଇଁ ଦାଉ ସାଜିଲେ, ସନ୍ଧାରେ ହଠାତ high ଏସିଡ ହାଇ ଛାତି ଯନ୍ତ୍ରଣା ହୋଇଥିଲା, ଏ ସବୁ ଘଟଣା ଘରର ପୁଅ ମାନେ ଜାଣି ପାରି ସଙ୍ଗେ ସଙ୍ଗେ ପାଖ ରେ ଥିବା ବାଲିଆପାଳ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇ ଯାଇ ଥିଲେ ,ମାତ୍ର ସେତେ ବେଳକୁ ଚାଲି ଯାଇଥିଲା ତାଙ୍କର ଜୀବନ, ଡାକ୍ତର ତାଙ୍କୁ ଦେଖି ମୃତ ଘୁଷଣା କରିଥିଲେ, ସତରେ ବୋଝ ଉପରେ ଯେମିତି ନଳିତା ବିଡା। ଏହି ପରିସ୍ଥିତିରେ ଡ୍ରାଇଭର ମହାସଂଘ ରେ ଥିବା ବାଲେଶ୍ଵର ଜିଲ୍ଲାର ଥିବା ବହୁ ବ୍ଲକ ତଥା ବାଲିଆପାଳ,ସିମୁଳିଆ,ଖଇରା,ସୁର,ବାହାନଗା,ନୀଳଗିରି, ରେମୁଣା,ସଦର ଜଳେଶ୍ଵର, ଭୁଗରାଇ , ବସ୍ତା ରେ ଥିବା ସମସ୍ତ ସଦସ୍ୟ ମାନେ କିଛି କିଛି ଆର୍ଥିକ ସାହାଯ୍ୟ ଦେଇ ଏହି ପରିବାରକୁ ସହାୟତା ର ହାତ ବଡ଼ାଇ ଥିଲେ, ଶେଷରେ ସଙ୍ଗଠନ ସମସ୍ତ ମେମ୍ବର ମାନଙ୍କ ର କିଛି କିଛି ଆର୍ଥିକ ଅବଦାନ ବଳରେ ଉଠି ଥିବା ରାଶି ୪୭.୯୦୦ ଟଙ୍କା ରୁ ଅନ୍ତେଷ୍ଟି କ୍ରିୟା ପାଇଁ ଆର୍ଥିକ ସହାୟତା ୧୭.୯୦୦ ଟଙ୍କା ପ୍ରଦାନ କରିଥିବା ବେଳେ ବଳକା ରାଶି ୩୦,୦୦୦ ଟଙ୍କା ଟଙ୍କା ତାଙ୍କର ସ୍ତ୍ରୀ ମିନତି ଜେନା ବୟସ (୪୫) ନାମରେ ଫିକ୍ସ ଡିପୋଜିଟ କରିବେ ବୋଲି ବାଲିଆପାଳ ସଂଘ ର ଏଡମିନ୍ ଜୟକୃଷ୍ଣ ଗଙ୍ଗାଇ ପରିବାରକୁ ସନ୍ତନା ଦେଇଥିଲେ, ସତରେ ଏହି ଭାଇ ମାନଙ୍କର ମହାନତା ପଣିଆ ମଣିଷ ଜୀବନର ମୂଲ୍ୟ ବୋଧତାକୁ ବୁଝାଇ ଦେଉଛି ,