ବିଧାୟକ ଙ୍କ ମାରାଥନ ଶିଳାନ୍ୟାସ ଏବଂ ଉଦଘାଟନ ପର୍ବ |

ତିର୍ତ୍ତୋଲ:- (ମାନସ କୁମାର ସୁତାର ) ପାରାଦ୍ୱୀପ ବିଧାୟକ ଇଂ. ସମ୍ବିତ ରାଉତରାୟ ଆଜି ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କୋଲର ପଞ୍ଚାୟତ ଗ୍ରସ୍ତରେ ଆସି ଏକାଧିକ ପ୍ରକଳ୍ପ ର ଶିଳାନ୍ୟାସ ଏବଂ ଉଦଘାଟନ କରିଛନ୍ତି | କୋଲର ପଞ୍ଚାୟତ ର ଗୋପୀଆକୁଦ ନିକଟରୁ ଏକ ବିଶାଳ ମଟରସାଇକେଲ ରାଲି ମାଧ୍ୟମରେ ଆସି ପ୍ରଥମେ ତାର୍ତ୍ତୋଲ ସ୍ଥିତ ମହାନଦୀ ବାମ ପଟ ନଦୀବନ୍ଧ ର ଉନ୍ନତିକରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ | ପରେ ପରେ ବିଲକୋଲର ଠାରେ ଗତ ପ୍ରଳୟଙ୍କରୀ ବନ୍ୟାରେ କ୍ଷୟକ୍ଷତି ଘଟିଥିବା ପ୍ରକଳ୍ପ ର ପୁନଃରୁଦ୍ଧାର କାର୍ଯ୍ୟ ର ଶୁଭାରମ୍ଭ, ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ ସୌଗମ୍ୟ କେନ୍ଦ୍ରର ଉଦଘାଟନ , କୋଲର ଡାକ୍ତରଖାନା ପରିସରରେ ଏକ ବର୍ଜ୍ୟବସ୍ତୁ ପରିଚାଳନା ଗୃହ ର ଉଦଘାଟନ,ଶ୍ରୀମା ମହିଳା ମହାବିଦ୍ୟାଳୟ ର ନୂତନ ଶ୍ରେଣୀଗୃହ ର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ | ବିଧାୟକ ଙ୍କ ଏହି ଗ୍ରସ୍ତରେ ତାଙ୍କ ସହିତ ତିର୍ତ୍ତୋଲ ବ୍ଲକ ଅଧକ୍ଷ ମନୋଜ ବେହେରା, ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ସୁଜାତା ମହାନ୍ତି, କୋଲର ସରପଞ୍ଚ ଉମେଶ ବେହେରା, ସମିତିସଭ୍ୟା ରାଜକୁମାରୀ ଦାସ ଙ୍କ ସମେତ କୋଲର, ପୋରଗଦେଇ, ଆମ୍ବେରୀ ଏବଂ ସାମନ୍ତରାୟପୁର ପଞ୍ଚାୟତର ଏକାଧିକ ଅଗଧାଡିର କର୍ମୀ ସାମିଲ ଥିଲେ | ଏହି ଗ୍ରସ୍ତ ସମୟରେ ବିଧାୟକଙ୍କୁ ସ୍ୱୟଂ ସହାୟିକା ଗୋଷ୍ଠି ର ମହିଳା ମାନେ ଫୁଲଚନ୍ଦନ,ହୁଳହୁଳି ଦ୍ୱାରା ସ୍ୱାଗତ କରୁଥିବା ଦେଖିବାକୁ ମିଳିଥିଲା | ଏହି ଶିଳାନ୍ୟାସ ଏବଂ ଉଦଘାଟନ ପର୍ବ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ର ପ୍ରାକ୍ ପ୍ରସ୍ତୁତି ବୋଲି ମଧ୍ୟ ଅଞ୍ଚଳରେ ଚର୍ଚ୍ଚା ଯୋର ଧରିଛି |