ଆବାସ ଯୋଜନା ସାତ ସପନ,, ପଲିଥିନ ତଳେ ବିତେ ଜୀବନ |

ରଣମାଲ :-(ଅଶ୍ୱିନୀ କୁମାର ସାହୁ ) ସରକାର ଯୋଜନା ପରେ ଯୋଜନା କରିଚାଲିଛନ୍ତି, କିନ୍ତୁ ପ୍ରକୃତ ହିତାଧିକାରୀ ବଞ୍ଚିତ । ତେଲିଆ ମୁଣ୍ଡ ରେ ତେଲ ଭଳି ଘର ଥିଲା ଲୋକ ଘର ପାଉଛନ୍ତି କିନ୍ତୁ ପ୍ରଶାସନିକ ଏବଂ ଜନପ୍ରତିନିଧି ଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ପ୍ରକୃତ ହିତାଧିକାରୀ ଘର ପାଇପରୁନାହାନ୍ତି। ବାପା, ଜେଜେବାପା ଅମଳ ରୁ ଝାଟି ମାଟି କୁଡିଆ ରେ ରହି ଆସୁଥିଲେ ମଧ୍ୟ ନା secc list ରେ ନାମ ସଂଯୋଗ ଅଛି ନା ଇନକ୍ଲୋଜ ମେଣ୍ଟ ରେ ଘର ମିଲିପରୁଛି। ଦରଖାସ୍ତ ପରେ ଦରଖାସ୍ତ ଦେଇ ପାଦର ଚପଳ ଛିଣ୍ଡି ଗଲେ ମଧ୍ୟ ବିଭାଗୀୟ ଅଧିକାରୀ କିଛି କର୍ଣ୍ଣପାତ କରୁନଥିବା ଅଭିଯୋଗ କରନ୍ତି ହିତାଧିକାରୀ।କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ବାଣ୍ଡି ଗାଁ ପଞ୍ଚାୟତ ରେଙ୍ଗଲାପଳି ବୁଡ୍ରାପଡା ନିବାସୀ ଶାନ୍ତୁ ରାଉତ ବାପା ଜେଜେ ଅମଲା ରୁ ବସ ବାସ କରିଥିଲେ ମଧ୍ୟ secc list ରେ ନାମ ସଂଯୋଗ ହେଇ ପାରି ନଥିବାରୁ ଘର ନପାଇ ପଲିଥିନ ତଳେ ଜୀବନ ବିତାଉଥିବା ଦୃଷ୍ଟି ଗୋଚର ହୁଏ। ବିକଳାଙ୍ଗ ସନ୍ତୁ ରାମ ସ୍ତ୍ରୀ ପିଲବହମୁ ଙ୍କୁ ନେଇ ପଲିଥିନ ତଳେ ଜୀବନ ଅତି ବାହିତ କରିଛନ୍ତ। କୌଣସି ଜନ ପ୍ରତିନିଧି କିମ୍ବା ବିଭାଗୀୟ ଅଧିକାରୀ ଶୁଣିନଥିବା ଦୃଷ୍ଟି ଗୋଚର ହୁଏ।କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ବଣ୍ଡି ଗାଁ ପଞ୍ଚାୟତ ରେଙ୍ଗାଲ ପାଲି ବୁଦରାପଦା ନିବାସୀ Santa ରାଉତ। ବର୍ଷା ହେଲେ ପର ଦାଣ୍ଡ ପିଣ୍ଡା ରେ ଆଶ୍ରୟ ନେଉଛନ୍ତି। ଦିନରେ ସୁରୂଜ ରାତି ରେ ତାର ଦେଖି ଜୀବନ ଯାଉଛି। ଏ ବିଷୟରେ ବାଣ୍ଡି ଗାଁ ସରପଞ୍ଚ ଲକ୍ଷ୍ମଣ ସୁନାନୀ ଙ୍କୁ ପଚାରିବାରୁ ଉଚ୍ଚ ପଦ ଅଧିକାରୀ ଙ୍କୁ ଜଣାଇଛି , ନୂଆ list ଆସିଲେ ନିଶ୍ଚୟ କରିବା ବୋଲି ମତ ପ୍ରକାଶ କରନ୍ତି।ଦେଖି ବାକୁ ବାକି ରହିଲା ବ୍ଲକ ପ୍ରଶାସନ କିଭଳି ଆଗକୁ ପଦକ୍ଷେପ ନେଉଛନ୍ତି।