ଗରମ ପେଜ ପଡ଼ି ଅଢେଇ ବର୍ଷର ଶିଶୁ ଗୁରୁତର |

ନରସିଂହପୁର :-(ପ୍ରଶାନ୍ତକୁମାର ପଣ୍ଡା ) ଧନୀପୁର ଗାଁର ଦୁଷ୍ମନ୍ତ ମଳିକଙ୍କର ଘରେ ରୋଷେଇ ବେଳେ ପୁଅ ଆଦିତ୍ୟଙ୍କ ଉପରେ ଗରମ ପେଜ ପଡି ଯାଇଥିଲା।
ସଂଗେ ସଂଗେ ଆଦିତ୍ୟଙ୍କର ପରିବାର ଶିଶୁଟିକୁ ନରସିଂହପୁର ମେଡିକାଲ ଆଣିଥିଲେ। ମେଡିକାଲରେ ଡାକ୍ତର ଆଦିତ୍ୟଙ୍କର ଅଧିକ ଚିକିତ୍ସା ଜାରି ରଖିଛନ୍ତି। ଏପର୍ଯ୍ୟନ୍ତ ଶିଶୁଟିର ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ରୂପେ ଭଲ ହୋଇନଥିବା ଜଣାପଡିଛି। ଏଘଟଣା ପରେ ପରିବାରରେ ଭୟଭୀତ ପରିବେଶ ଦେଖିବାକୁ ମିଳିଛି।