ସୋମବାର ଠାରୁ ରାଜ୍ୟରେ ଗଡିବ ଓଏସ୍‌ଆର୍‌ଟିସି ।

ଭୁବନେଶ୍ୱର: ସୋମବାରଠୁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆର୍‌ଟିସି) ପକ୍ଷରୁ ବସ୍‌ ସେବା ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୬୬ ରୁଟ୍‌ରେ ନିଜର ବସ୍‌ ସେବା ଆରମ୍ଭ କରାଯିବ। ମୋଟ୍‌ ୯୬ ବସ୍‌କୁ ନେଇ ଓଏସ୍‌ଆରଟିସି ନିତିଦିନିଆ ଜନସାଧାରଣଙ୍କୁ ଏହି ସେବା ଯୋଗାଇବ। ଏହି ସେବା ୨୨ ସହରର ସାଧାରଣ ଜନତାଙ୍କ ରାଜଧାନୀ ସହ ଯୋଡ଼ିବ। ସମୟାନୁକ୍ରମେ ଅଧିକରୁ ଅଧିକ ରୁଟ୍‌ରେ ଓଏସ୍‌ଆରଟିସିର ବସ୍‌ ଚଳାଚଳ କରିବ ବୋଲି ଓଏସ୍‌ଆରଟିସି ମୁଖ୍ୟପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା କହିଛନ୍ତି। ବିନା ମାସ୍କରେ କୌଣସି ଯାତ୍ରୀ ଯାଇପାରିବେନି। ଠିଆ ହୋଇ ମଧ୍ୟ ଯିବା ମନା। ଯେତିକି ସିଟ୍ ସେତିକି ଯାତ୍ରୀ ଯାତ୍ରା କରିପାରିବେ।