ଭୁବନେଶ୍ୱର: ବାଣୀବିହାର ର ଫିଲୋସୋଫି ବିଭାଗର ଜଣେ କର୍ମଚାରି କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବାର ସୂଚନା ମିଳିଛି । ଗୁରୁବାର ଦିନ କର୍ମଚାରୀ ଜଣଙ୍କ ବାଣୀବିହାର କ୍ୟାମ୍ପସ କୁ ଆସି ନିଜ ବିଭାଗରେ କାର୍ଯ୍ୟ କରିଥିଲେ । ଏହା ଜାଣିବା ପରେ ଉତ୍କଳ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ସମ୍ପୃକ୍ତ କର୍ମଚାରୀଙ୍କୁ ଘରୋଇ ସଙ୍ଗରୋଧ ରେ ରହିବା ପାଇଁ କହିଛନ୍ତି। ଏହା ସହ ବିଶ୍ୱବିଦ୍ୟାଳୟ ର ଇଂରାଜୀ ବିଭାଗ, ଫିଲୋସୋଫି ବିଭାଗ, ଇକୋନୋମିକ୍ସ ବିଭାଗ କୁ ସିଲ କରାଯାଇଛି । କୌଣସି କର୍ମଚାରୀ ଏହି ୩ ବିଭାଗର କ୍ୟାମ୍ପସ କୁ ଆସିବେ ନାହିଁ। ଏହା ସହ ବାଣୀବିହାର କ୍ୟାମ୍ପସ କୁ ସମ୍ପୂର୍ଣ୍ଣ ସାନିଟାଇଜ କରାଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।