ଖୋର୍ଦ୍ଧା ବିଜୁ ଛାତ୍ର ଜନତା ଦଳର ସାଙ୍ଗଠନିକ ସମୀକ୍ଷା ବୈଠକ

ଖୋର୍ଦ୍ଧା : ଆଗାମୀ ପୌର ଏବଂ ପଞ୍ଚୟତ ନିର୍ବାଚନରେ ଛାତ୍ର ମାନଙ୍କ ଭୂମିକାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପଲବ୍ଧି କରି ରାଜ୍ୟ ଛାତ୍ର ସଭାପତି ତଥା ବାଙ୍କିର ବିଧାୟକ ଦେବୀରଞ୍ଜନ ତ୍ରିପାଠୀଙ୍କ ଆହ୍ୱାନରେ ଖୋର୍ଦ୍ଧା ଜିଲ୍ଲା  ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଏକ କର୍ମକର୍ତ୍ତା ବୈଠକ ଲଷ୍ମୀ ନାରାୟଣ ମଣ୍ଡପ ଥରେ ଅନୁଷ୍ଠିତ ହୋଇଯାଇଛି।

ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ର ସଭାପତି ବିଶ୍ୱଦୀପ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେଵ, ଖୋର୍ଦ୍ଧା ବିଧାୟକ ଜ୍ୟୋତ୍ରିରୀନ୍ଦ୍ର ନାଥ ମିତ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ କୁମାର ଦଳେଇ, ମହିଳା ସଭାନେତ୍ରୀ ଗୀତାଞ୍ଜଲି ପାଟ୍ଟଶାଣୀ, ଜିଲ୍ଲା ବିଜେଡି ସଭାପତି ବିଭୁତି ଭୂଷଣ ବଲବନ୍ତ ରାୟ ପ୍ରମୁଖ ଯୋଗ ଦେଇ ଦଳ ର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିବା ସଙ୍ଗେ ସଙ୍ଗେ ଛାତ୍ର ମାନଙ୍କ ଭୂମିକା ଆଗାମୀ ପୌର ଏବଂ ପଂଚାୟତ ନିର୍ବାଚନ ପାଇଁ ନିହାତି ଆବଶ୍ୟକ ବୋଲି ମତ ବ୍ୟକ୍ତ କରିଥିଲେ।

ବିଜୁ ଛାତ୍ର ଜନତାର ରାଜ୍ୟ ସାଧାରଣ ସମ୍ପାଦକ ତଥା ଖୋର୍ଦ୍ଧା ପର୍ଯ୍ୟବେକ୍ଷକ ଦେବୀ ପ୍ରସାଦ ଲେଙ୍କା ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଡିଜିଟାଲ ସେକ୍ରେଟାରୀ ଗୌତମ ମିଶ୍ର, ଯୁବ ବିଜେଡି ସଭାପତି ରାଜେଶ ପରିଡା, ମୋ ପରିବାର ସଂଯୋଜକ ଦିଲ୍ଲୀପ ହୋତା, ମହମ୍ମଦ ଆରିଫ,ଏବଂ ଜିଲ୍ଲାର ସମସ୍ତ ବ୍ଲକ, ପୌରଞ୍ଚଳ ର ବିଜେଡି ଛାତ୍ର, ସଭାପତି, ସମ୍ପାଦକ, ଯୋଗ ଦେଇଥିଲେ। ଉପସ୍ଥିତ ସମସ୍ତ କର୍ମକର୍ତା ଙ୍କୁ ବିଜୁ ବାବୁଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକ ଟଲମ୍ୟାନ ବଣ୍ଟନ କଟାଯାଇଥିଲା।