ଚିଲିକା:-୦୫/୦୮(ବିନୁ ଦାସ୍ ) ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ର ଚ଼ାକିରି ବିକ୍ରି କରୁଥିବା ପ୍ରତିବାଦ ରେ ରାଜ୍ୟ ଯୁବମୋର୍ଚ୍ଚା ପକ୍ଷରୁ ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀ ତଥା ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ଗାନ୍ଧୀ ଛକ ଠାରେ ଭାଜପା ଯୁବମୋର୍ଚ୍ଚା ସଭାପତି କାହ୍ନୁଚ଼ରଣ ପଲାଇ ଙ୍କ ନେତୃତ୍ବ ରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ନାରାବାଜି କରାଯାଇଥିଲା । ଏହି ବିକ୍ଷୋଭ ରେ ଖୋର୍ଦ୍ଧା ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶ୍ରୀ ପ୍ରଦୀପ ବଡ଼ଜେନା, ବାଲୁଗାଁ ନଗର ମଣ୍ଡଳ ସଭପତି ଶ୍ରୀ ନିରଞ୍ଜନ ସେଠୀ ପ୍ରମୁଖ ନେତୃତ୍ୱ ନେଇଥିଲେ। ମେଧାବୀଙ୍କ ଜୀବନକୁ ନଷ୍ଟ କରି ଲାଞ୍ଚ ବଦଳରେ ଅଯୋଗ୍ୟଙ୍କୁ ନିଯୁକ୍ତି ଦିଆଯାଇଥିବା ନେଇ ନାରାବାଜି କରିବା ସହ ଘଟଣାର ସିବିଆଇ ତଦନ୍ତ ଓ ଦୁର୍ନୀତି ଗ୍ରସ୍ତ ଅଧିକାରୀ ଙ୍କ ଗିରଫ ଦାବି କରିଥିଲେ ।
ବାଲୁଗାଁ ର ମୂଖ୍ୟରାସ୍ତା ଗାନ୍ଧୀ ଛକ ଠାରେ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରା ଯାଇଥିଲା।ବିକ୍ଷୋଭ ରେ ବହୁ କର୍ମୀ-ସମର୍ଥକ ସାମିଲ ହୋଇଥିଲେ ଏବଂ ଏହି ଦୁର୍ନୀତି ରେ ସାମିଲ ଥିବା ଅନ୍ୟ ଦୁର୍ନୀତି ଖୋର ଅଧିକାରୀ ଙ୍କର ତୁରନ୍ତ ଗିରଫ କରିବା ସହ ସେମାନଙ୍କ ସମ୍ପତି ବ୍ୟାଜାପ୍ତ କରିବାକୁ ଚେତାବନୀ ଦେବା ସହ ଆଗକୁ ଏହି ଆନ୍ଦୋଳନ ରାଜ୍ୟ ସ୍ତରରେ ଗଣ ଆନ୍ଦୋଳନ ହେବାସହ ରାଜରାସ୍ତା ରୁ ନବୀନ ନିବାସ ପର୍ଯ୍ୟନ୍ତ ଆନ୍ଦୋଳନ ବ୍ୟାପକ ହେବାର ସୂଚନା ଦେଇଛନ୍ତି।