ବଙ୍ଗୋପ ସାଗରରେ ଲଘୁଚାପ ୫ ରାଜ୍ୟରେ ଭୀଷଣ ବର୍ଷା ସମ୍ଭାବନା

ନୂଆଦିଲ୍ଲୀ ୧୨।୧୦ : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କାରନାରୀ ୫ ରାଜ୍ୟରେ ଭୀଷଣ ବର୍ଷା ସମ୍ଭାବନା ନେଇ ସତର୍କ ସୂଚନା ଜାରି କରାଯାଇଛି। ଭାରତୀୟ ପାଣିପାଗ ବିଭାଗ ଅନୁସାରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବ। ଯାହାଫଳରେ ବାତ୍ୟା ସମ୍ଭାବନା ମଧ୍ୟ ରହିଛି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୫ ରାଜ୍ୟ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ତେଲେଙ୍ଗାନା, ମଧ୍ୟ ମହାରାଷ୍ଟ୍ର ଓ ଓଡିଶାରେ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି। ଏହି ୫ ରାଜ୍ୟର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ଆଲର୍ଟ ଜାରି କରାଯାଇଛି। ଆଗାମୀ ୨୪ ଘଣ୍ଟାରେ ଲଘୁଚାପ ଅବପାତର ରୂପ ନେଇ ଅକ୍ଟୋବର ୧୨ ତାରିଖ ରାତିରେ ଆନ୍ଧ୍ର ପ୍ରଦେଶ ଉତ୍ତର ତଟବର୍ତ୍ତୀ ଅଞ୍ଚଳ ପାରି କରିପାରେ। ଆନ୍ଧ୍ର ପ୍ରଦେଶ ଛଡା ଉତ୍ତର କର୍ଣ୍ଣାଟକ, ମଧ୍ୟ ମହାରାଷ୍ଟ୍ର, ବିଦର୍ଭ ଓ ଓଡିଶାରେ ୧୩ ତାରିଖରେ ଭୀଷଣ ବର୍ଷା ହୋଇପାରେ।