ମୋହନା :(ଜିତେନ୍ଦ୍ର କୁମାର ବେହେରା )ଗଜପତି ଜିଲ୍ଲା କାଶୀନଗର ତଥା ଏହାର ଆଖ ପାଖ ଅଂଚଳରେ ଧାରା ଶ୍ରାବଣ ମାସ ଭଳି ବର୍ଷା ହେଲା.ପଶ୍ଚିମ ଝଡ଼ ଆରମ୍ଭ ହୋଇ ଅପର୍ଯ୍ୟାପ୍ତ ବର୍ଷା ହୋଇ ଥିବା ଯୋଗୁଁ କାଶୀନଗର ସହରର ସମସ୍ତ ରାସ୍ତା, ସାହି, ଗଳି ସାରା ବର୍ଷା ପାଣି ବୋହି କୁତ୍ରିମ ଝରଣା ସୃଷ୍ଟି ହୋଇଥିଲା. ଏହି ବର୍ଷା ହେବା ଦ୍ୱାରା ଯେଉଁ ଚାଷୀ ମାନେ ରାଶି ଫସଲ କରିଥି ଲେ ସେମାନେ ମୁଣ୍ଡରେ ହାତ ଦେଇ ପ୍ରକୃତି କୁ ନିନ୍ଦା କରୁଛନ୍ତି . ଏହି ବର୍ଷା ଦୀର୍ଘ ସମୟ ହେବା ଯୋଙ୍ଗୁ ଏ ବର୍ଷ ଭଲ ଆମ୍ବ ଗଛରେ ଆସି ଥିଲା କିନ୍ତୁ ସବୁ ନଷ୍ଟ ହୋଇ ଗଲା. ପଶ୍ଚିମା ଝଡ଼ କାଶୀନଗର ପାଇଁ ଏକ ପ୍ରକାର ଅଭିଶାପ ପାଲଟିଲା.ବିରି, ମୁଗ, ରାଶି, ସହ ବିଭିନ ପନିପରିବା ଓ ଫୁଲ ଚାଷ ବିଗିଡି ଯାଇଛି |