କେରଳ: ଆଜି କେରଳକୁ ମୌସୁମୀ ସ୍ପର୍ଷ କରିଥିବା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ଆଇଏମ୍ଡିର ଉପ ମହାନିର୍ଦ୍ଦେଶକ ଆନନ୍ଦ କୁମାର ଶର୍ମା କହିଲେ ସୋମବାର ମୌସୁମୀ ବାୟୁ କେରଳ ପହଂଚିଥିବାବେଳେ ୩ରୁ ୪ତାରିଖ ଭିତରେ ଦାଦରା ନଗର ହାବେଳୀ, ଉତର କୋଙ୍କଣ, ଉତର ମହାରାଷ୍ଟ୍ର, ଡାମନଡିୟୁ ଛୁଇଁବ । ପାଣିପାଗ ବିଭାଗ କେରଳର ୯ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନାକୁ ଦେଖି ୟେଲୋ ଆଲର୍ଟ ଜାରି କରିଛି । ମୌସୁମୀ ପ୍ରଭାବରେ କେରଳର ଦକ୍ଷିଣ ଭାଗ ଓ ଲାକ୍ଷାଦୀପରେ ଗତ ୪ଦିନ ଧରି ବର୍ଷା ହେଉଥିବା ବିଭାଗ ପକ୍ଷରୁ କୁହାଯାଇଛି ।