ବାଲିଅନ୍ତା :ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅଧିନ ବାଲିଗୁଣ୍ଡି ଗ୍ରାମରେ ଆତଙ୍କ! ସ୍ଥାନୀୟ ଅନ୍ଧଟି ଗ୍ରାମର ୩୦ରୁ ଉର୍ଦ୍ଧ ଯୁବକ ହାତରେ ମାରଣା ସ୍ତ୍ରଧରି ବାଲିଗୁଣ୍ଡି ଗ୍ରାମରେ ଆତଙ୍କ ଖେଳାଇଛନ୍ତି! ସୂଚନା ଥାଉ କି ଜୈନିକ ବ୍ୟକ୍ତିଙ୍କ ଜମି ବାଡ଼ି ବିବାଦକୁ ନେଇ ଅନ୍ଧଟି ଗ୍ରାମର ଯୁବକ ମାନେ ଆଜି ସନ୍ଧ୍ୟା ସମୟରେ ବାଲିଗୁଣ୍ଡି ଗ୍ରାମରେ ପଷି ଆତଙ୍କ ଖେଳାଇଥିଲେ! ଏପରିକି ଏହାକୁ ବାରଣ କରିବାକୁ ଗ୍ରାମର ମହିଳା ଯୁବକଙ୍କୁ ମାଡ ମାରିଥିଲେ! ଏପରିକି ନିକଟେରେ ଥିବା ଜଣେ ସାମ୍ବାଦିକ ଭିଡ଼ିଓ କରୁଥିବାରୁ ତାଙ୍କୁ ମଧ୍ଯ ଯୁବକ ମାନେ ଆକ୍ରମଣ କରିବା ସହ ମୋବାଇଲ ଭାଙ୍ଗିବା ପାଇଁ ଉଦ୍ୟମ କରିଥିଲେ! ଖବର ପାଇ ଘଟଣା ସ୍ଥଳରେ ବାଲିଅନ୍ତା ପୋଲିସ ର ୨ ଟିମ ପହଞ୍ଚିବା ପୂର୍ବରୁ ଯୁବକ ମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି! ଏନେଇ ଗ୍ରାମବାସୀ ଏବଂ ଆକ୍ରମଣ ର ଶିକାର ସାମ୍ବାଦିକ ଭିଡିଓ ଉତଳନ କରୁଥିବା ସମୟରେ ସାମ୍ବାଦିକ ଙ୍କ ମୋବାଇଲ ଛଡ଼େଇ ନବାକୁ ଉଦ୍ୟମ କରିଥିଲେ ଓ ଗାଳି ଗୁଲଜ କରିଥିଲେ ବାଲିଅନ୍ତା ଥାନାରେ ଅଭିଯୋଗ କରିଛନ୍ତି