ବାଲିଆପାଳ :(ଚନ୍ଦନ କୁମାର ଅଣ୍ଡିଆ ) ଓଡିଶା ରାଜ୍ୟ ସ୍କାଉଟ ଗାଇଡର ୩୭ତମ ରାଜ୍ୟ ସମ୍ମିଳନୀ ରାଜଭବନର ଅଭିଷେକ ଭବନରେ ଅନୁଷ୍ଟିତ ହୋଇଯାଇଛି । ଏହି ସମ୍ମିଳନୀରେ ରାଜ୍ୟର ବିଭିନ୍ନ ଜିଲାରୁ ସ୍କାଉଟ ,ଗାଇଡ, ରୋଭର,ରେଞ୍ଜର,କବ,ବୁଲବୁଲ,ସ୍କାଉଟ ମାଷ୍ଟର ଓ ଗାଇଡ କ୍ୟାପଟେନ ସମେତ ପ୍ରତ୍ୟେକ ଜିଲାର ସମସ୍ତ ପଦାଧିକାରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ରାଜ୍ୟ ସ୍କାଉଟ ଗାଇଡର ମୁଖ୍ୟ ମାନ୍ୟବର ରାଜ୍ୟପାଳ ପ୍ରଫେସର ଡ.ଗଣେଶୀଲାଲ ମୁଖ୍ୟ ଅତିଥି ଭାବରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଅନ୍ୟତମ ଅତିଥି ଭାବରେ ସ୍କାଉଟ ଗାଇଡର କମିଶନର ତଥା ଜାତୀୟ ଉପସଭାପତି ଡ.କାଳୀପ୍ରସାଦ ମିଶ୍ର ପ୍ରମୁଖ ଯୋଗ ଦେଇ ସ୍କାଉଟ ଓ ଗାଇଡ ଭାରତର ବୃହତ ସ୍ୱେଚ୍ଛାସେବୀ ସଂଗଠନ ବୋଲି କହିଥିଲେ । ଏହା ବନ୍ୟା,ବାତ୍ୟା ଭଳି ପ୍ରାକୃତିକ ବିର୍ପ୍ୟଜୟ ଓ ଦୁର୍ଘଟଣା ସମୟରେ ଲୋକଙ୍କ ପାଖରେ ପହଂଚି ସମସ୍ତଙ୍କର ପ୍ରିୟଭାଜନ ହୋଇପରିଛି ବୋଲି କହିଥିଲେ । ଏହି ଅବସରରେ ବାଲେଶ୍ୱର ଜିଲା ପକ୍ଷରୁ ବାଲିଆପାଳ ବ୍ଲକ ଅନ୍ତର୍ଗତ ଡାଙ୍ଗରପଦା ଉଚ୍ଚବିଦ୍ୟାଳୟରୁୁ ୧୨ ଜଣ ଗାଇଡସ ଓ ୬ ଜଣ ସ୍କାଉଟଙ୍କ ସମେତ ଗାଇଡ କ୍ୟାପଟେନ ବିଦ୍ୟାଳୟର ଖେଳ ଶିକ୍ଷୟିତ୍ରୀ ରଶ୍ମିତା ସି ରାଜ୍ୟପାଳଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ । ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଏହି ସଫଳତା ପରେ ଜିଲା ଶିକ୍ଷାଧିକାରୀଙ୍କ ସମେତ ବିଭିନ୍ନ ଅନୁଷ୍ଟାନ ପକ୍ଷରୁ ବିଦ୍ୟାଳୟ ତଥା ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନର ସୁଅ ଛୁଟିଛି ।