କେମିତି ଚାଲିଛି ହରଭଙ୍ଗା ବ୍ଲକ ରେ ସ୍ୱାସ୍ଥ୍ୟ ସେବା |

କେମିତି ଚାଲିଛି ହରଭଙ୍ଗା ବ୍ଲକ ରେ ସ୍ୱାସ୍ଥ୍ୟ ସେବା
ଡାକ୍ତର ବିହୀନ ଡାକ୍ତର ଖାନାର ବିରଳ ଚିତ୍ର।

ହରଭଙ୍ଗା :୨୫/୦୩(ସମ୍ପର୍କ). ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଏକ କିଡ଼ନୀ ପ୍ରପୀଡ଼ିତ, ଜଙ୍ଗଲ ଘେରା ଉପାନ୍ତ ଅଂଚଳ ହୋଇଥିବା ବେଳେ ସରକାରଙ୍କ ବିଭିନ୍ନ ଯୋଜନା ଏହି ଅଂଚଳରେ ବାଟ ମରଣା, ଅଧା ପନ୍ତରା ହେବା ସହିତ ଦିନକୁ ଦିନ ଏହି ଅଂଚଳ ର ବିକାଶ ସୁପ୍ତ ହେବାକୁ ବସିଛି!ପାନୀୟ ଜଳ, ଗମନା ଗମନ, ସରକାରଙ୍କ ବିଭିନ୍ନ ପ୍ରକଳ୍ପ ଏହି ଅଂଚଳ ରେ ଫେଲ ମାରିବା ପରେ ଏବେ ସ୍ୱାସ୍ଥ୍ୟ ସେବାର ବିରଳ ଚିତ୍ର ଦେଖିବାକୁ ମିଳିଛି!ବିଭିନ୍ନ ଡାକ୍ତର ଖାନରେ ଡାକ୍ତର ବିହୀନ ଡାକ୍ତର ଖାନର ବିରଳ ଚିତ୍ର ଦେଖୁବାକୁ ମିଳୁଛି!ସାଧାରଣ ସ୍ୱାସ୍ଥ୍ୟ ସେବା ପାଇଁ ବୌଦ୍ଧ ମୁଖ୍ୟ ଡାକ୍ତର ଖାନାକୁ ଏହି ଅଂଚଳର ରୋଗୀଙ୍କୁ ରେଫର କରାଯାଉଛି!କେଉଁଠି ଡାକ୍ତର ଖାନରେ ତାଲା ଝୁଲୁଛିତ କେଉଁଠି ଟେକନିସିଆନ ଙ୍କ ଦ୍ୱାରା ଓ କେଉଁଠି କମ୍ପାଉଣ୍ଡର ଙ୍କ ଦ୍ୱାରା ରୋଗୀ ଚିକିତ୍ସା କରାଯାଉଛି!ପୁଣି କେଉଁଠି ଡାକ୍ତର ଥିଲେ ମଧ୍ୟ ନିୟମିତ କାର୍ଯ୍ୟରତ ନୁହନ୍ତି, ଆଉ କେତେକ ଡାକ୍ତର ଖାନରେ ବର୍ଷ ବର୍ଷ ଧରି ଡାକ୍ତର ବିହୀନ ଡାକ୍ତର ଖାନା ଚାଲୁଛି!ପୁଣି କେତେକ ଡାକ୍ତର ଖାନରେ ମେଡ଼ିସିନ, ନିତ୍ୟ ବ୍ୟବହାର୍ଯ୍ୟ ଗୋବ୍ସ, ବେଡ଼, ବେଡ଼ସିଟ, ଫେନ ଓ ବିଭିନ୍ନ ଉପକରଣ ନିମ୍ନ ମାନର ନେଇ ରୋଗୀ ଓ ଷ୍ଟାପ ଭିତରେ ବିଶୃଙ୍ଖଳା ଦେଖା ଯାଉଥିବାର ବିରଳ ଚିତ୍ର ହରଭଙ୍ଗା ବ୍ଲକ ରେ ସ୍ୱାସ୍ଥ୍ୟ ସେବାରେ ଦେଖିବାକୁ ମିଳୁଛି,! ପ୍ରାୟ ଡାକ୍ତର ଖାନା ରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ରେ ରଙ୍ଗ, ବିଭିନ୍ନ ପୋଷ୍ଟର,ରଙ୍ଗ ବେରଙ୍ଗ ଫୁଲ ଗଛ ଲଗାଇ ଚକ ଚକ କରୁଥିବା ବେଳେ ସ୍ୱାସ୍ଥ୍ୟ ସେବା ରେ ସୁଧାର ଆସୁନି!ବ୍ଲକ ରେ ଥିବା ରାମଗଡ, ବିରାନରସିଂପୁର, ତଳଗଁl ଥିବା ତିନିଗୋଟି ଆୟୁର୍ବେଦିକ ଡାକ୍ତର ଖାନରେ ବର୍ଷ ବର୍ଷ ଧରି ଡାକ୍ତର ନଥିବା, ସହିତ ଧଳପୁର ହରଭଙ୍ଗା,ତଳଗଁl, ଚାରିଛକ ଭଳି ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟମିତ ଡାକ୍ତର ସେବା ନ ଦେବା, ଅଡ଼େନିଗଡ଼ ଓ ପୁରୁଣା କଟକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସାଧାରଣ ରୋଗୀ ସେବା ବୌଦ୍ଧ ମୁଖ୍ୟ ଡାକ୍ତର ଖାନା କୁ ସ୍ଥାନାନ୍ତର କରିବା ଭଳି ବିରଳ ସାଧାରଣ ରେ ଚର୍ଚ୍ଚା ର ବିଷୟ ପାଲଟିଛି!ଉପାନ୍ତ ଅଂଚଳ ଗୁଡିକ ଯେମିତି ହରଭଙ୍ଗା, ତଳଗଁl, ମହାଳିକ ପଡା, ଛତ୍ରଙ୍ଗ, ଅଡ଼େନିଗଡ଼, କୁସଙ୍ଗ, ସଂକୁଲୋଇ,କରଞ୍ଜକଟା ଭଳି ରାମଗଡ ଓ ଧଳପୁର ପଂଚାୟତ ଗୁଡିକରେ ଏହି ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ର ଫାଇଦା ଉଠଉଛନ୍ତି ଔଷଧ ଦୋକାନୀ ଏବଂ କିଛି ନ ଜାଣି ଜୀବନ ସହିତ ଖେଳ ଖେଳୁଛନ୍ତି ଅଣ ଡାକ୍ତର ଓ ଗଢି ଉଠୁଛି ବେସରକାରୀ କ୍ଲିନିକ!