ଟାଙ୍ଗୀ,୩୧/୦୫(ବିନୁ ଦାସ୍):- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ କୁହୁଡ଼ି ଗ୍ରାମରେ ହୂତୁ ହୁତୁ ହୋଇ ବଢ଼ିଚାଲିଛି କୋରନା ସଂକ୍ରମିତ ଙ୍କ ସଂଖ୍ୟା ଏବଂ ଅନେକଙ୍କ ଜୀବନ ମଧ୍ୟ ନେଲାଣି ଏହି ମହାମାରୀ ।ପ୍ରଶାସନର ଦାୟିତ୍ଵ ହୀନତା ଯୋଗୁଁ, ବାହାର ରାଜ୍ୟରୁ ଫେରୁଥିବା ପ୍ରବସୀ ଶ୍ରମିକ ମାନଙ୍କୁ ଏକାନ୍ତ ରେ ରହିବାର କୌଣସି ବ୍ୟବସ୍ଥା ନକରିବା ହେତୁ କୁହୁଡ଼ି ଆଜି ଗୋଷ୍ଠି ସଂକ୍ରମଣ ଆଡ଼କୁ ମୁହାଁଇଲାଣୀ, ଗ୍ରାମର ଅର୍ଦ୍ଧାଧିକ ପରିବାର ଯୌଥ ପରିବାର ହୋଇଥିବା କାରଣରୁ ଏ ଭୟ ଅଧିକ ଘାରିଛି, ସ୍ଵତନ୍ତ୍ର ସଙ୍ଗରୋଧ ଘର ନଥିବା କାରଣରୁ ସଂକ୍ରମିତ ବ୍ୟକ୍ତିମାନଙ୍କ ଜୀବନ ଦୁର୍ବିସହ ହୋଇଯାଇଛି। ସେମାନେ ନିଜସ୍ଵ ବ୍ୟବସ୍ଥାରେ ନିର୍ମାଣଧିନ ଘରେ ରହୁଛନ୍ତି ତ ପୁଣି କିଏ ଶୌଚାଳୟ ରେ ସଂଗରୋଧରେ ଅଛି। ନିକଟରେ ରାଜ୍ୟ ସରକାର ସବୁ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଥିବା ବେଳେ ସ୍ଥାନୀୟ ଗାଁ ର ସରପଞ୍ଚ ଙ୍କ ନିଷ୍କ୍ରିୟତା ପରିସ୍ଥିତି କୁ ଆହୁରି ଜଟିଳ କରିଦେଇଛି।
ଏ ନେଇ ସ୍ଥାନୀୟ ଯୁବକ ମାନେ ଜିଲ୍ଲାପାଳ ଏବଂ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ କୁ ଟୁଇଟ କରିଥିବା ବେଳେ ଏହାର ଆଜି ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ତେଣୁ ସ୍ଥାନୀୟ ଜନସାଧାରଣ ଙ୍କ ଦାବି ହେଉଛି ଯେ ପଞ୍ଚାୟତ ରେ ସଂଗରୋଧ ଗୃହ ଏବଂ ଗୋଟିଏ ଅସ୍ଥାୟୀ ଟୀକା କରଣ କେନ୍ଦ୍ର କରାଯିବା ସହିତ ସଂକ୍ରମିତ ବଢୁଥିବା ୱାର୍ଡ ଗୁଡ଼ିକୁ କଣ୍ଟେନ ମେଣ୍ଟ ଜୋନ୍ ଘୋଷଣା କରିବା ସହ ସଂକ୍ରମିତ ବଢୁଥିବା ଗ୍ରାମକୁ ସଟ୍ ଡାଉନ କରିଦେଲେ ଏଥିରେ କିଛି ସୁଧାର ଆସି ପାରନ୍ତା ।ତୁରନ୍ତ ଏ ଦିଗରେ ଜିଲ୍ଲାପାଳ ଖୋର୍ଦ୍ଧା, ତହସିଲଦାର ଟାଙ୍ଗୀ,ବିଡ଼ିଓ ଟାଙ୍ଗୀ ଦୃଷ୍ଟି ଦେବା ସହ ଘଟଣା କୁ ଗୁରୁତ୍ୱ ଦେଇ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ଅଞ୍ଚଳବାସୀ।ନଚେତ ଆଗକୁ ପ୍ରବାସୀ ଓଡ଼ିଆ ଙ୍କ ଫେରନ୍ତା କଣ୍ଟାକ୍ଟ ଟ୍ରେସିଂ ସହ ସଂକ୍ରମଣ ବଢ଼ୁଥିବା ଗାଁ ରେ ମଧ୍ୟ କୋଭିଡ ଟେଷ୍ଟ ସହ ସାନିଟାଇଜ କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ସ୍ଥାନୀୟ ଯୁବଗୋଷ୍ଠୀ।