ଟାଙ୍ଗୀ:-୨୧/୦୫(ବିନୁ ଦାସ୍):-ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ନିର୍ଦ୍ଦେଶ ମତେ ଖୋର୍ଦ୍ଧା ଜିଲ୍ଲା ଅଧିନସ୍ଥ ସମସ୍ତ ଥାନାରେ କାର୍ଯ୍ୟରତ ଥିବା ପୋଲିସ ବାହିନୀ ପକ୍ଷରୁ ଆଜି ୧୧ ଘଟିକା ସମୟରେ ଆଣ୍ଟି-ଟେରୋରିଜିମ୍ ଦିବସ ପାଳନ ହୋଇଯାଇଛି । ଯେଉଁମାନେ ମାନବ ଜୀବନ ଓ ମୂଲ୍ୟବୋଧ ପ୍ରତି ବିପଦ ସୃଷ୍ଟି କରିବ ପୋଲିସ ବାହୀନ ସେମାନଙ୍କୁ ମୁହଁ ତୋଡ୍ ଜବାବ ଦେବ। ଏହି ଉପଲକ୍ଷେ ପ୍ରତ୍ୟେକ ଥାନାରେ କାର୍ଯ୍ୟରତ ଥିବା ପୋଲିସ ବାହୀନ ଶପଥ ପାଠ କରିଥିଲେ । ଆମେ ଭାରତୀୟ ଭାବେ ଆମ ଦେଶରେ ଅଂହିସା ଏବଂ ସହନଶୀଳତା ଓ ପରମ୍ପରା ଉପରେ ଦୃଢ ବିଶ୍ବାସ ରଖି ନିଷ୍ଠାର ସହିତ କାର୍ଯ୍ୟ କରିବା ସଙ୍ଗେ ସଙ୍ଗେ ଆମର ଶକ୍ତି ପ୍ରଦର୍ଶନ କରି ଆତଙ୍କବାଦ ଓ ହିଂସା କୁ ବିରୋଧ କରିବୁ , ସାମାଜିକ ସଦ୍-ଭାବନା ସହିତ ଉତ୍ତମ ବୁଝାମଣା ଓ ପରିବେଶ କୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ନିମନ୍ତେ ଆପ୍ରାଣ ଉଦ୍ୟମ କରିବୁ ବୋଲି ଶପଥ ପାଠ କରିଥିଲେ । ଏହି କ୍ରମରେ ଟାଙ୍ଗି ଥାନା ନିରୀକ୍ଷକ ବିଜୟ କୁମାର ମଲ୍ଲିକ ଥାନାର ସମସ୍ତ କର୍ମଚାରୀ ମାନଙ୍କୁ ନେଇ ଶପଥ ପାଠ କରାଇଥିଲେ।