ସାମ୍ବାଦିକଙ୍କୁ ଆକ୍ରମଣ ଓ ଦୁର୍ବ୍ୟବହାର ନେଇ ପ୍ରତିବାଦ ସଭା

ଟାଙ୍ଗୀ,୨୦/୦୫ ( ବିନୁ ଦାସ୍):- ସାମ୍ବାଦିକ ମାନଙ୍କ ପ୍ରତି ଉଦେଶ୍ୟ ମୂଳକ ଭାବେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଏବଂ ଆକ୍ରମଣ ସାଙ୍ଗକୁ ଦୁର୍ବ୍ୟବହାର ଘଟଣା ଯାହାକି ଖୋର୍ଦ୍ଧା ଓ ପୁରୀ ରେ ଘଟିଛି । ସାମ୍ବାଦିକ ମାନଙ୍କ ପ୍ରତି ପୋଲିସ ର ଏଭଳି ବ୍ୟବହାର ସମାଜ କୁ ଗୋଟିଏ ଘୁର୍ଣ୍ୟ ବାର୍ତ୍ତା ଯାଉଛି । ସାମ୍ବାଦିକ କଂ ଜୀବନ ରକ୍ଷା ପାଇଁ ସରକାର ଚିନ୍ତିତ ମାତ୍ର ସାମ୍ବାଦିକ ସୁରକ୍ଷା ଆଇନ ବ୍ୟବସ୍ଥା କରିବାକୁ ସରକାର କଂ ନୀରବତା ଏବେ ସାମ୍ବାଦିକ ମାନଙ୍କ ପାଇଁ ବିପଦ ଠିଆ କରିଛି । ଏନେଇ ଟାଙ୍ଗୀ ମିଡ଼ିଆ ସେବା ସଂଘ ପକ୍ଷରୁ ଏକ ଜରୁରୀ ବୈଠକ ଡକା ଯାଇଥିଲା । ପୁରୀ ରେ ସାମ୍ବାଦିକ କୁଂ ପୋଲିସ ର ଆକ୍ରମଣ ଏବଂ ଖୋର୍ଦ୍ଧା ରେ ସାମ୍ବାଦିକ କୁଂ ଦୁର୍ବ୍ୟବହାର ଘଟଣା କୁ ନିନ୍ଦା କରାଯାଇଛି । ସଂପୃକ୍ତ ଥିବା ପୋଲିସ କର୍ମଚାରୀ କଂ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଟାଙ୍ଗୀ ମିଡ଼ିଆ ସେବା ସଂଘ । ଏହି ବୈଠକରେ ଟାଙ୍ଗୀ ମିଡ଼ିଆ ସଂଘ ର ସଭାପତି ତଥା ଆଇନଜୀବୀ ରବୀନ୍ଦ୍ର କୁମାର ରଣା , ଉପ-ସଭାପତି ମାନସ ଚନ୍ଦ୍ର ପଟ୍ଟନାୟକ , ସଂଗ୍ରାମ କେଶରୀ ପଟ୍ଟନାୟକ , ସଂପାଦକ ସନ୍ତୋଷ ଚୈ।ଧୁରୀ , ଉପଦେଷ୍ଟା ଭାଗରଥୀ ଛୋଟରାୟ , ବରିଷ୍ଠ ସାମ୍ବାଦିକ ଉମେଶ ଚନ୍ଦ୍ର ପଟ୍ଟନାୟକ , ପ୍ରସନ୍ନ ସ୍ୱାଇଁ କଂ ନେତୃତ୍ୱରେ ସାମ୍ବାଦିକ ଦୀପକ ପ୍ରଧାନ , ବୈକୁଣ୍ଠ ନାଥ ପ୍ରଧାନ , ଦେବୀ ପ୍ରସାଦ ଦାସ , କାହ୍ନୁ ଚରଣ ବେହେରା , ଅଶ୍ୱିନୀ ବେହେରା , ସୁରଜିତ୍ ପଟ୍ଟନାୟକ , ଯୋଗେନ୍ଦ୍ର ରାମ , ଗୋବିନ୍ଦ ଚନ୍ଦ୍ର ଜାଲ୍ଲୀ , ମହେଶ ନାୟକ , ରମେଶ ଚନ୍ଦ୍ର ବେହେରା , ଅଶ୍ୱିନୀ ପରିଡ଼ା , ବିକାଶ ଚନ୍ଦ୍ର ନାୟକ , କାର୍ତିକ ସାମନ୍ତ ସିଂହାର , ଆଲୋକ ମହାରଣା , ବିରେନ ସାହୁ , ସୁଶୀଲ କୁମାର ପ୍ରଧାନ , ରାମଚନ୍ଦ୍ର ପଲାଇ ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟପଟରେ ବିଭାଗୀୟ ଅଧିକାରୀ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଟାଙ୍ଗୀ ମିଡ଼ିଆ ସଂଘ ପକ୍ଷରୁ ଦାବି କରାଯାଇଛି ।