ଗୁଣପୁର,୦୭/୦୫:(ସିଦ୍ଧାର୍ଥ ଦାଶ) ରାଜ୍ୟରେ ହୁହୁ ହୋଇ କରୋନା ସଂକ୍ରମଣ ବଢି ଚାଲିଥିବା ଯୋଗୁଁ ରାଜ୍ୟ ସରକାର ଲକଡାଉନ, ସଟଡାଉନ ଓ ନାଇଟ କର୍ଫ୍ୟୁ ଭଳି ପଦକ୍ଷେପ ମାନ ଗ୍ରହଣ କରିଛନ୍ତି । ବର୍ତ୍ତମାନ ର ପରିସ୍ଥିତିରେ ଘର ଘର ବୁଲି ତଥ୍ୟ ସଂଗ୍ରହ କରିବାର ସମୟ ଆସିଥିବା ବେଳେ ଗୁଣପୁର ଠାରେ କିଛି ଅମାନିଆ ଏହାକୁ ମାନୁ ନଥିବା ଦେଖା ଦେଇଛି ।ଏହି ସମୟରେ କେଉଁ ଦୋକାନ ଖୋଲିବ ଏବଂ କେଉଁ ଦୋକାନ ଗୁଡିକ ଖୋଲିବା ପାଇଁ ମନା ଏହା ସ୍ପଷ୍ଟ ଭାବରେ ଜଣାନଥିବା ଅଭିଯୋଗ କରି ପ୍ରାୟ ସମସ୍ତ ଦୋକାନ ଖୋଲୁଥିବା ଦେଖିବାକୁ ମିଳୁଛି । ଏପରିକି ଅନେକ ଦୋକାନ ରେ ଭିଡ଼ ଜମାଇ ସାମାଜିକ ଦୂରତା କୁ ମାନୁନଥିବା ଦେଖିବାକୁ ମିଳୁଛି। ଏଣୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜନସାଧାରଣ ଙ୍କୁ ଓ ବ୍ୟବସାୟୀ ଙ୍କୁ ସଚେତନତା ର ବାର୍ତ୍ତା ଦେବା ସହ ଏଭଳି ଖାମ ଖିଆଲି ମନୋଭାବ ଓ ଦାୟିତ୍ୱ ହୀନତା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ ହେଉଛି । କିଛି ବ୍ୟବସାୟୀ ରାସନ ବିକ୍ରି ଆଳରେ ଦୋକାନ ଖୋଲି ମାଦକ ଦ୍ରବ୍ୟ ବିକ୍ରି କରୁଥିବା ଅଭିଯୋଗ ହେଉଛି । କିଛି ପାନ ଦୋକାନ ହଠାତ ରାସନ ଦୋକାନ ଭାବେ ବଦଳୀ ଯାଇଛି ଏବଂ କେତେକ ସ୍ଥାନରେ ଦୋକାନ ବନ୍ଦକରି ଗଳା କବାଟ ଦେଇ ବ୍ୟବସାୟ କରୁଥିବା ଦେଖା ଦେଇଛି । ଏଭଳି ବ୍ୟବସାୟୀଙ୍କୁ ଠାବ କରି ଏମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ରାଜ୍ୟ ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ ଫଳପ୍ରଦ ହୋଇ ପାରିବ ନାହିଁ ବୋଲି ମତ ପ୍ରକାଶ ପାଇଛି ।