ଆଇଏନ୍‌ଏସ୍ ଚିଲିକା ବେସରେ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର ଲୋକାର୍ପଣ କଲେ ଜିଲାପାଳ ।

ଚିଲିକା,୦୭।୦୫, କରୋନା ସଂକ୍ରମଣର ଦ୍ୱିତୀୟ ଲହରୀରେ ସାରା ଦେଶ ବେହାଲ । ଆମ ରାଜ୍ୟର ସ୍ଥିତି ମଧ୍ୟ୍ୟ ଧୀରେ ଧୀରେ ସଙ୍ଗୀନ ହେବାରେ ଲାଗିଛି । ରାଜ୍ୟର ଖୋର୍ଦ୍ଧା ଜିଲ୍ଲାରୁ ପ୍ରତିଦିନ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଭୁବନେଶ୍ୱର କୁ ବାଦ ଦେଲେ । ଖୋର୍ଦ୍ଧା ଉପଖଣ୍ଡ କରୋନା ତାର କାୟା ବିସ୍ତାର କରି ଚାଲିଛି । ତାକୁ ଲକ୍ଷ୍ୟ କଲେ ଯେତିକି କୋଭିଡ କେୟାର ସେଣ୍ଟର ଅଛି । ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ତାହା ଆଗାମୀ ଦିନରେ ପର୍ଯ୍ୟାପ୍ତ ହେବନାହିଁ ବୋଲି ପୂର୍ବାନୁମାନ କରିଛି ଜିଲ୍ଲା ପ୍ରଶାସନ । ତେଣୁ ଭାରତୀୟ ନୌସେନାର ପ୍ରାରମ୍ଭିକ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଆଇଏନ୍‌ଏସ୍ ଚିଲିକା ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ମିଳିତ ସହଯୋଗରେ ଆଜି ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ଆନୁଷ୍ଠାନିକ ଭାବେ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ଼ କେୟାର ସେଣ୍ଟର ଲୋକାର୍ପଣ ହୋଇଛି ।

ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ଅଧୀନସ୍ଥ ବଡ଼କୁଳ ନିକଟରେ ଅବସ୍ଥିତ ଆଇଏନ୍‌ଏସ୍ ଚିଲିକା ବେସ ମଧ୍ୟରେ ପ୍ରଶିକ୍ଷାର୍ଥୀମାନଙ୍କ ପାଇଁ ଉଦ୍ଧିଷ୍ଟ ଆବାସ ଗୃହରେ କରୋନା ଆକ୍ରାନ୍ତ ରୋଗୀମାନଙ୍କ ପାଇଁ ୧୫୦ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ କୋଭିଡ କେୟାର ସେଣ୍ଟର କରାଯାଇଛି। ତାହା ସହ ଅମ୍ଳଜାନ ଆବଶ୍ୟକ କରୁଥିବା ରୋଗୀଙ୍କ ପାଇଁ ଆଇଏନ୍‌ଏସ୍ ଚିଲିକାର ବେସ ମଧ୍ୟରେ ଥିବା ନିଭାରିଣୀ ହସ୍ପିଟାଲ ଠାରେ ଅତିରିକ୍ତ ୧୫ ଶଯ୍ୟା ଉପଲବ୍ଧ ବ୍ୟବସ୍ଥା କରାଯାଇଛି। ଜିଲ୍ଲା ମେଡିକାଲ୍ ତରଫରୁ ୩ଜଣ ଡାକ୍ତର ୫ଜଣ ପାରାମେଡିକାଲ୍ ଷ୍ଟାଫଙ୍କ ମିଳିତ ସ୍ୱତନ୍ତ୍ର ଟିମ୍ ର ତତ୍ୱାବଧାନ ରେ ଚିକିତ୍ସା ଯୋଗାଇ ଦିଆଯିବ । ଏହି କୋଭିଡ୍ କେୟାର ସେଣ୍ଟର ୨୪ ଘଣ୍ଟିଆ କାମ କରିବ ଓ ଏହି କେୟାର ସେଣ୍ଟର ରେ ଟାଙ୍ଗୀ, ଚିଲିକା ଓ ବାଣପୁର ବ୍ଲକ୍ ଏବଂ ବାଲୁଗାଁ ଓ ବାଣପୁର ଏନ ଏ ସି ଅଞ୍ଚଳର ସମସ୍ତ କରୋନା ଆକ୍ରାନ୍ତ ନିରାଶ୍ରୟ, ଗରିବ ଓ ଯେଉଁ ମାନଙ୍କର ନିଜ ଘରେ ଗୃହ ସଙ୍ଘରୋଧ ରହିବା ଅସୁବିଧା ଥିବା ରୋଗୀ ଉପକୃତ ହେବେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।