ଆଠମଲ୍ଲିକ, ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ବ୍ଳକ୍ପଖଣ୍ଡ ଠାକୁରଗଡ଼ ଗଣେଶ ବଜାର ସ୍ଥିତ ଥିବା ମା ତାରିଣୀ ଙ୍କ ଆଜି 19ତମ ବାର୍ଷିକ ପୂଜା ଅନୁଷ୍ଠିତ ହୋଇ ଯାଇଛି. ଆଜି ସକାଳ ନଅ ଘଟିକା ସମୟରେ ଅଲେଖ ପୁର ନାଳ ରୁ ରୀତିନୀତି ଅନୁଯାଇ ପୁଜାପାଠ କରି ଢୋଲ ବାଦ୍ୟ ଘଣ୍ଟ ବଜାଇ ନାମ ସଂକୀର୍ତନ କରି କଳସ ଯାତ୍ରା କରିଥିଲେ.ଏହି ପୁଜା ଦିନ ଦଶଟା ତିରିଶି ସମୟରେ ଆରମ୍ବ ହୋଇ ବାରଟା ସମୟରେ ସମ୍ପର୍ଣ୍ଣ ହୋଇଥିଲା. ଏଠାରେ ଶତାଧିକ ଭକ୍ତଙ୍କ ସମାଗମ ହୋଇଥିଲା. ଭକ୍ତଙ୍କ ପାଇଁ ଦହି ପାଣି , ବେଲ ପଣା ଓ ପ୍ରସାଦ ସେବନ ବ୍ୟବସ୍ଥା କରିଥିଲେ. ଏଥିରେ ସଭାପତି ସୌମ୍ୟରଞ୍ଜନ ପ୍ରଧାନ ସମ୍ପାଦକ ସୌରଭ ମିଶ୍ର କୋଷାଦକ୍ଷ ଶୁଭକାନ୍ତ ପ୍ରଧାନ ଓ ମା ତାରିଣୀ କମିଟି ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।