ବାଣପୁରରେ ଟିକାପାଇଁ ରାତିରୁ ଲମ୍ବା ଧାଡି-ପ୍ରଶାସନର ନାଲି ଆଖି !

ବାଣପୁର,୦୭।୦୫: କରୋନାରେ ସାଧାରଣ ଆତଙ୍କିତ ଥିବାବେଳେ ଟିକାକରଣ ସମସ୍ୟା ଦିନକୁ ଦିନ ବଢି ଚାଲିଛି । ଆସନ୍ତା କାଲି ପାଇଁ ଟିକା ନେବାକୁ ଆଜି ଠାରୁ ଲମ୍ବାଧାଡି ଲାଗିଥିବା ବେଳେ ପୋଲିସ ପ୍ରଶାସନ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ଲମ୍ବା ଧାଡିକୁ ହଟାଇ ଦେଇଛନ୍ତି । ଆଜି କାଲି ଯେପରି ଟିକା ପାଇଁ ଭିଡ ଜମୁଛି ଏହା କରୋନାକୁ ବୃଦ୍ଧି କରିବ ଏଥିରେ ସନ୍ଦେହ ନାହିଁ । ପ୍ରଶାସନର ଆଇନ ଶୃଙ୍ଖଳା ଦାୟୀତ୍ୱ ବୋଧ ଜନସଚେତନତା ପାଇଁ ଉଦ୍ଧିଷ୍ଟ ଥାଇ କରୋନା ବିରୋଦ୍ଧରେ ଲଢେଇ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷପ

ଦ୍ୱିତୀୟ ଡୋଜ ଅପେକ୍ଷାରେ ଥିବା ଲୋକଙ୍କୁ ପ୍ରଥମେ ଟିକା ଦିଆଯିବ। କୌଣସି ନୂଆ ଲୋକଙ୍କୁ ବର୍ତ୍ତମାନ ଟିକା ଦିଆଯିବ ନାହିଁ। ଟିକା ଉତ୍ପାଦନ ଏବଂ ବିତରଣ କ୍ଷମତା କେନ୍ଦ୍ର ହାତରେ ରହିଛି। ଏନେଇ ପ୍ରଥମ ଡୋଜ ନେବାକୁ ଥିବା ବ୍ୟକ୍ତିଙ୍କୁ ଅପେକ୍ଷା କରିବାକୁ ସେ ଅନୁରୋଧ କରିଛନ୍ତି ସ୍ବାସ୍ଥ୍ୟ ଏସିଏସ୍‌ ପ୍ରଦୀପ୍ତ ମହାପାତ୍ର ।

ସୁଚନା ଥାଉକି ବିନା ମୋବାଇଲ ଫୋନରେ ମେସେଜ କିମ୍ବା ପୂର୍ବ ସୂଚନା ନଥିଲେ ଟିକା କେନ୍ଦ୍ରରେ ଭିଡ ନଜମାଇବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର।