ଆମ ପ୍ରତିନିଧିଙ୍କର ଅଭିଯୋଗ ପରେ,ପରିବାଦର ବୃଦ୍ଧି ନେଇ କାଳୁପଡ଼ା ଘାଟ ଅଞ୍ଚଳରେ ଯୋଗାଣ ବିଭାଗର ଚଢ଼ାଉ

କାଳୁପଡ଼ା ଘାଟ,୦୬/୦୫(ବିନୁ ଦାସ):-ଖୋର୍ଦ୍ଧା ଜିଲ୍ଲାରେ ଲକଡାଉନ ର ସୁଯୋଗ ନେଇ କିଛି ଅସାଧୁ ବ୍ୟବସାୟୀ ମନଇଚ୍ଛା ପରିବା ବିକ୍ରି କରୁଥିଲେ। ଆଳୁ କେଜି ପ୍ରତି ୩୦ ଟଙ୍କା ବେଳକୁ ପିଆଜ ୪୦ଟଙ୍କା ଦର ଡେଇଁ ଚାଲିଥିଲା। ଏ ବିଷୟରେ ଆମ ପ୍ରତିନିଧି ପ୍ରଥମେ ଚାନ୍ଦପୁର ବଜାର ପରିବା ଦର ନିୟନ୍ତ୍ରଣ ବାହାରେ ଶୀର୍ଷକ ଅଭିଯୋଗ ନେଇ ଆମେ ନୟାଗଡ଼ ଜିଲ୍ଲା ଯୋଗାଣ ଅଧିକାରୀ ରଣପୁର ଅନିତା ମାଡାମ ଙ୍କର ଦୃଷ୍ଟି ଆକର୍ଷଣ କରିଥିଲୁ। ପରବର୍ତ୍ତୀ ସମୟରେ ଆମ ପ୍ରତିନିଧି ଚିଲିକା ବ୍ଲକ ଯୋଗାଣ ବିଭାଗ ଅଧିକାରୀ ଅରୁଣ ଲେଙ୍କା ଙ୍କର ସହ ଯୋଗାଯୋଗ କରି ପଦକ୍ଷେପ ନେବାକୁ ଦାବି କରିଥିଲୁ। ପଦକ୍ଷେପ ସ୍ୱରୂପ ଗୁରୁବାର ସକାଳ ୯ ଘଟିକା ସମୟରେ ଯୋଗାଣ ବିଭାଗ ଅଧିକାରୀ ଅରୁଣ ଲେଙ୍କା ଏକ ପଞ୍ଚାୟତ ସ୍ତରୀୟ ଟିମ୍ ଗଠନ କରି ପରିବା ଦୋକାନ ଗୁଡିକ ତନଖି କରିବା ସହ ଦର ତାଲିକା ବା ରେଟ ଚାର୍ଟ ମାରିବାକୁ ନିର୍ଦେଶ ଦେଇଛନ୍ତି। ଆଜିର ପରିବା ଦର ଆଳୁ ୨୦ ଟଙ୍କା ରହିଥିବା ବେଳେ ପିଆଜ ୨୫ ଟଙ୍କା ରୁ ଅଧିକ ବିକ୍ରି ନକରିବାକୁ ନିର୍ଦେଶ ଦେଇଛନ୍ତି। ଏପରିକି ପ୍ରତିଦିନ ସକାଳୁ ଯୋଗାଣ ବିଭାଗ ତରଫରୁ ପଞ୍ଚାୟତ ସ୍ତରରେ ଥିବା ଯୋଗାଣ ସହାୟକ ମାନେ ତଦାରଖ କରିବେ ବୋଲି ସ୍ପଷ୍ଟ ନିର୍ଦେଶ ଦେଇଛନ୍ତି। ଯଦି ଏଥିରେ ଖିଲାପ କଲେ ଆଇନ ଅନୁଯାୟୀ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି। ଆଜିର ଯୋଗାଣ ବିଭାଗ ଚଢ଼ାଉରେ ଚଣ୍ଡେଶ୍ୱର,କଳ କଳେଶ୍ୱର ଏବଂ ଜରିପଡା ପଞ୍ଚାୟତ ର ଯୋଗାଣ ସହାୟକ ଯୋଗ ଦେଇଥିଲେ।