ଟାଙ୍ଗୀ କଲେଜ ଛାତ୍ରଛାତ୍ରୀ ଙ୍କର ରାସ୍ତାରୋକ ଚକାବନ୍ଦ ଆନ୍ଦୋଳନ, ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବି

କାଳୁପଡ଼ା ଘାଟ, ୨୭/୦୪(ବିନୁ ଦାସ୍):-ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଦୁର୍ଗା ଚରଣ ଚିଲିକା ମହାବିଦ୍ୟାଳୟ ଟାଙ୍ଗୀ ର ଯୁକ୍ତଦୁଇରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନେ ବିଭିନ୍ନ ଦାବି ନେଇ ଆଜି ସରକାରଙ୍କ ବିରୋଧରେ ନାରାବାଜି ଦେବା ସହ ଟାଙ୍ଗୀ/କାଳୁପଡ଼ା ଘାଟ ରାସ୍ତା ସହ ଟାଙ୍ଗୀ ଥାନା ଛକରେ ଆନ୍ଦୋଳନରତ ଛାତ୍ରଛାତ୍ରୀ ମାନେ ଏକଜୁଟ ହୋଇ ସରକାର ବିରୋଧୀ ସ୍ଲୋଗାନ ସହ ଯୁକ୍ତ ଦୁଇ ପରୀକ୍ଷା ବାତିଲ ଆମର ଦାବି ଶିକ୍ଷା ମନ୍ତ୍ରୀ ସମୀର ଦାସ୍ ହାଏ ହାଏ ବିରୋଧୀ ସ୍ଲୋଗାନ ସହ ରାଜରାସ୍ତାରେ ବସି ରହିଛନ୍ତି।ଏପରିକି ଆନ୍ଦୋଳନ ଛାତ୍ରଛାତ୍ରୀ ମାନେ କହିଛନ୍ତି ଯେ ସରକାର କୋଭିଡ କଟକଣା ଯୋଗୁଁ ଆମର ଗୋଟିଏ ବର୍ଷ ର ପାଠ୍ୟକ୍ରମ କୁ ପଢିବାରେ ସମର୍ଥ ହୋଇନାହୁଁ।ଯଦିଓ ସରକାର ଅନଳାଇନ ପାଠ୍ୟକ୍ରମ କୁ ଗୁରୁତ୍ୱ ଦେଇଛନ୍ତି କିନ୍ତୁ ଆଜିବି ଆମ ପାଖରେ ନା ଅଛି ଆଣ୍ଡ୍ରୋଏଡ଼ ମୋବାଇଲ ନା ଏଠାରେ ଯଦି କେଉଁ ଛାତ୍ରଛାତ୍ରୀ ଙ୍କର ପାଖରେ ଆଣ୍ଡ୍ରୋଏଡ଼ ମୋବାଇଲ ଅଛି ତ ଏଠାରେ ଇଣ୍ଟରନେଟ ସେବା ପ୍ରାୟତଃ କାମ କରୁନାହିଁ।ତେଣୁ ଆମେ କୌଣସି ପ୍ରକାରେ ଆମର ଶିକ୍ଷାଲାଭ କରିପାରୁନାହୁଁ।ପରିସ୍ଥିତି ଏପରି ହୋଇଛି ଯେ ଯଦି ଆମେ ଘରୋଇ କୋଚିଂ ସେଣ୍ଟର ରେ କିଛି ଛାତ୍ରଛାତ୍ରୀ ଶିକ୍ଷା ଲାଭ କରିବାକୁ ଚାହୁଁଛୁ ସେସବୁ କୋଚିଂ ସେଣ୍ଟର କୁ ସରକାର କୋଭିଡ କଟକଣା ଲଗାଇ ବନ୍ଦ କରିଛନ୍ତି।ଯାହା ଫଳରେ ଆମ ଭବିଷ୍ୟତ ଅନ୍ଧକାରମୟ।ତେଣୁ ଛାତ୍ରଛାତ୍ରୀ ମାନେ ଦାବି କରିଛନ୍ତି କି ଯୁକ୍ତଦୁଇ ରେ ପଢ଼ୁଥିବା କଳା, ବାଣିଜ୍ୟ ଏବଂ ବିଜ୍ଞାନ ର ଛାତ୍ରଛାତ୍ରୀ ମାନେ କହିଛନ୍ତି କି ତୁରନ୍ତ ଯୁକ୍ତ ଦୁଇ ପରୀକ୍ଷା ବାତିଲ ସହ ସମସ୍ତଙ୍କୁ ଉତ୍ତୀର୍ଣ୍ଣ କରିବା ସହ ଯେମିତି ସେମାନେ ଭବିଷ୍ୟତରେ କୌଣସି ଅସୁବିଧାରେ ନପଡିବେ ତାଙ୍କର କର୍ମକ୍ଷେତ୍ରରେ ସେଥିପାଇଁ ସରକାର ଚେଷ୍ଟା କରିବା ସହ ଜିଲ୍ଲାପାଳ ଖୋର୍ଦ୍ଧା ଙ୍କର ହସ୍ତକ୍ଷେପ ଲୋଡିଛନ୍ତି।ନଚେତ ଆଜି ରାଜରାସ୍ତା ଅବରୋଧ କୁ ସରକାର କର୍ଣପାତ ନକଲେ ଆଗାମୀ ଦିନରେ ଏହା ସାରା ଓଡ଼ିଶାରେ ଭୟଙ୍କର ପରିସ୍ଥିତି ନେବ ବୋଲି ଆନ୍ଦୋଳନରେ ସାମିଲ ଛାତ୍ରଛାତ୍ରୀ କହିଛନ୍ତି।