ଗୁଣପୁର,୨୧/୦୪(ସିଦ୍ଧାର୍ଥ ଦାଶ): ଗୁଣପୁର ଠାରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଭାବେ ଶ୍ରୀ ରାଜ କିଶୋର୍ ଦାଶ ୨୦୧୯ ମସିହା ଫେବୃଆରୀ ମାସ ରେ ଯୋଗ ଦେବା ପରଠାରୁ ସେ ସମ୍ମୁଖୀନ ହୋଇଥିବା ଗୁଟଖା, ଗଞ୍ଜେଇ, ବାଲି ଚୋରା ଚାଲାଣ, ଆଇପିଏଲ୍ ଖେଳ ଭଳି ଅନେକ୍ ବେଆଇନ୍ କାର୍ଯ୍ୟକୁ ସାମ୍ନା କରିବା ସହ ଗୁଣପୁର ଠାରେ ଦେଖାଦେଇଥିବା ଗୁରୁତ୍ଵର ଟ୍ରାଫିକ୍ ସମସ୍ୟା ରେ ଭରପୁର ସହର କୁ ଟ୍ରାଫିକ୍ ମୁକ୍ତ କରି ଉପଖଣ୍ଡ ସ୍ତରରେ ଲୋକ ପ୍ରିୟ ହାସଲ କରିଥିଲେ। ବର୍ତ୍ତମାନ୍ ଶ୍ରୀ ଦାଶ ଙ୍କୁ ଏଠାରୁ ବଦଳି କରାଯିବା ପରେ ସ୍ଥାନୀୟ ଅଞ୍ଚଳର ବେଆଇନ୍ କାରବାର ରେ ଲିପ୍ତ ଥିବା ବ୍ୟକ୍ତି ବିଶେଷ ଆଶ୍ୱସ୍ତି ଲାଭ କରିଥିବା ବେଳେ ସ୍ଥାନୀୟ ଜନତା ବଦଳିକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ଏହାଙ୍କ ସ୍ଥାନରେ ଶ୍ରୀ ଅଜୟ କୁମାର ବାରିକ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଭାବେ ଯୋଗ ଦେଉଥିବା ସୂଚନା ମିଳିଛି।
ଶ୍ରୀ ଦାଶ ଙ୍କ ବଦଳି ର କିଛିଦିନ ମଧ୍ୟରେ ପୁଣି ଏହି ଅଞ୍ଚଳରେ ଦେଖାଦେଉଥିବା ବେଆଇନ ଗୁଟଖା, ବାଲି ଚୋରା ଚାଲାଣ, ଗଞ୍ଜେଇ କାରବାର ବୃଦ୍ଧି ପାଇବାକୁ ଲାଗିଛି । ବର୍ତ୍ତମାନ୍ ର ଏଭଳି ଏକ ଘଡି ସନ୍ଧି ମୁହୂର୍ତ୍ତରେ ଶ୍ରୀ ବାରିକ ଙ୍କ ପାଇଁ ଏଠାରେ ଦେଖା ଦେଇଥିବା ସମସ୍ୟା ଏକ ବଡ଼ ଚାଲେଞ୍ଜ୍ ହୋଇପଡ଼ିବ ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଉଛି। ଗୁଣପୁର ଉପଖଣ୍ଡ ଅଧିନରେ ରହିଥିବା ଗୁଣପୁର, ପଦ୍ମପୁର, ପୁଟାସିଂ, ଗୁଡ଼ାରୀ ଓ ରାମନାଗୁଡ଼ା ଫାଣ୍ଡି ଭଳି ବହୁ ସମ୍ବେଦନଶୀଳ ଅଞ୍ଚଳକୁ ଗଞ୍ଜାମ୍ ଜିଲ୍ଲା ର କଦୋଳା ଏବଂ ପାଟପୁର ଭଳି ଥାନାର ଭାରପ୍ରାପ୍ତ ଅଧିକାରୀ ଭାବେ କାର୍ଯ୍ୟକରି ବର୍ତ୍ତମାନ୍ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଭାବେ ପଦୋନ୍ନତି ପାଇ ଗୁଣପୁର ଠାରେ ଯୋଗ ଦେବାକୁ ଯାଉଥିବା ଶ୍ରୀ ବାରିକ ଏହି ସମସ୍ୟା ଗୁଡିକ କିଭଳି ସାମ୍ନା କରିବେ ଏହା ଦେଖିବାକୁ ରହିଲା।