ବାଣପୁର,୧୦/୦୪: ଖୋର୍ଦ୍ଧା ଜିଲ୍ଲା କରୋନା ପ୍ରବଣ ଥିବା ବେଳେ ଏଠାକାର ଅଧିକାରୀମାନେ ଏହାର ବାହକ ସାଜି ବାଃ ବାଃ ନେବାରେ ବ୍ୟସ୍ତ । ଅସଚେତିତ ଅଧିକାରୀଙ୍କ ସଚେତନା ପଦକ୍ଷେପ କେବଳ ମାତ୍ର ଚାଲୁଣି ଛୁଞ୍ଚି ଉପାଖ୍ୟାନ । ଏଠାକାର ଅଧିକାରୀ ବା ପ୍ରତିନିଧିଙ୍କ ସଚେତନା ଅଭିଯାନ କେବଳ ଅନ୍ଧକୁ ଧୂଆଁ ବାଣପରି କରୁଛନ୍ତି । ନିଜେ କର୍ତ୍ତବ୍ୟରତ ଅଧିକାରୀ ମାନେ କରୋନା ସମ୍ପର୍କିତ ଅସଂଯତ ଅବସ୍ଥାରେ ଥାଇ ସଚେତନତାର ବାର୍ତ୍ତାଦେଇ ଜୋର ଜୁଲୁମ କରି ଜୋରିମାନା ଅଦାୟ କରୁଥିବା ବେଳେ ଖାସ ଲୋକହସା ହୋଇ ଫେରୁଛନ୍ତି । ତେଣୁ ଆମ୍ଭର କିଛି ସ୍ଵତନ୍ତ୍ର ଚିତ୍ର ଉପସ୍ଥାପନ କରିଲୁ ।
ବିଶେଷ ଭାବେ କହିବାକୁ ଗଲେ ନୂତନ ଭାବେ Amendment କରାଯାଇଥିବା କୋଭିଡ ଆଇନଟି କୁ ଆଜିର ଦିନରେ ଅଧିକାରୀ ମାନେ କାର୍ଯ୍ୟକାରୀ କରାଇ ୨୦୦୦ ଟଙ୍କା ଜୋରିମାନା ସହ ଥାନା ର ଭୟ ଦେଖାଇ ଜୁଲୁମ ଚଳାଇଥିବା ଅଭିଯୋଗ ହେଉଛି । ଉପରୋକ୍ତ କର୍ମଚାରିଙ୍କ କାର୍ଯ୍ୟକଳାପ କରୋନା ପରିଚାଳନା ସଚେତନତା ପ୍ରତି ସନ୍ଦେହ ସୃଷ୍ଟି କରୁଛି । ସତେ ଯେମିତି ଏମାନେ ପ୍ରତିଜ୍ଞା ବଦ୍ଧ ସରକାରଙ୍କ କରୋନା ପରିଚାଳନା କୁ ବଦନାମ କରିବା ପାଇଁ । ଦେଖିବାକୁ ବାକି ରହିଲା ସ୍ଥାନୀୟ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ଏମାନଙ୍କ ପ୍ରତି କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ।
ସାଧାରଣ ଜନତାଙ୍କୁ ବିଶେଷ ଅନୁରୋଧ ସରକାରଙ୍କ କରୋନା ନିୟମ ପାଳନ କରିବା ସହିତ ମାସ୍କ ପିନ୍ଧ୍ନ୍ତୁ ।