ବାଣପୁର ବାଲୁଗାଁ ତଥା ଖୋର୍ଦ୍ଧା ଜିଲ୍ଳା ପ୍ରଶାସନର ଓଡିଶା ସରକାରଙ୍କ କରୋନା ନିୟନ୍ତ୍ରଣ ନିର୍ଦ୍ଦେଶକୁ ପଦାଘାତ !

ବାଲୁଗାଁ, ୦୮/୦୪ : ଓଡିଶା ସରକାର General Administration ଏବ॰ Public Grievance Department କରୋନାର ଦ୍ଵିତୀୟ ପ୍ରବାହକୁ ଗୁରୁତ୍ଵ ଦେଇ ଏହାର ପ୍ରତିକାରାତ୍ମକ ନିବାରଣକୁ ଚିନ୍ତା କରି ବିଶେଷ ନିର୍ଦେଶନାମ GAD-COOD-MICS-0001-2018-10756/GEN, BBSR-DT-07.04.2021 ଏବ॰ Odisha Police Head Quarters ଚିଠି ସଂଖ୍ୟା-252/DGP-Res-Dt-06-04-2021 ଜାରି କରିଥିବା ବେଳେ ଖୋର୍ଦ୍ଧା ଜିଲ୍ଳା ପ୍ରଶାସନ ସମେତ ଆଞ୍ଚଳିକ ବାଲୁଗାଁ ଓ ବାଣପୁର ଆଇନ ଶୃଙ୍ଖଳା ଏବ॰ ସାଧାରଣ ପ୍ରଶାସନ କର୍ମଚାରୀମାନେ ଏହି ନିର୍ଦ୍ଦେଶ ନାମାକୁ ଅବମାନନା କରି ବାଲୁଗାଁ, ଏନ.ଏ.ସି ସଭା ଗୃହ ମଧ୍ୟରେ ଶାରୀରିକ ଦୂରତା ରକ୍ଷା ନ କରି ୦୭।୦୪।୨୦୨୧ ଅପରାହ୍ନରେ କୋଭିଡ ପରିଚାଳନା ନିମନ୍ତେ ବୈଠକ କରିବା ସର୍ବସାଧାରଣ ମାନଙ୍କ ପ୍ରଶ୍ନବାଣର ଉତ୍ତରଦାୟୀ ହୋଇ ଅଛନ୍ତି ।

ଏଠାକାର ସର୍ବସାଧାରଣ ମାନେ ସନ୍ଦେହ ଘେରରେ ଥାଇ ପ୍ରଶ୍ନ କରୁଛନ୍ତି କି ଖୋର୍ଦ୍ଧା ସହର ନିକଟସ୍ଥ ହରୀରାଜପୁର ମେଳଣ ପଡିଆରେ ପ୍ରବଳ ଜନ ସମାଗମ କିପରି ଓ କାହା ପ୍ରରୋଚନରେ ହେଲା , ଏବ॰ ରାଜ୍ୟ ତଥା ରାଜ୍ୟ ବାହାରେ ରାଜନୈତିକ ସଭା ସମିତି , ଯାତ୍ରା ଇତ୍ୟାଦି ପାଇଁ କରୋନା ପ୍ରତିକାର କଥା କୁ କିପରି ଖାମଖିଆଲି କରି ଗରିବ ଦିନ ମଜୁରିଆ, ଦୁର୍ବଳ ଶ୍ରେଣୀ ମାନଙ୍କ ଉପରେ ଅତ୍ୟାଚାର କରି ଜୁଲମ କରିବା ସତେ ଯେମିତି କୁଜି ଅସରପା ଉପରେ କାଣୀ ବିଲେଇର ରାଜ ଚାଲିଛି ।

ଉପର ବର୍ଣ୍ଣିତ ଚିଠିରେ ନିର୍ଦ୍ଦେଶ ଅଛି କି
୧ : ସରକାରୀ କାର୍ଯ୍ୟାଳୟ ସର୍ବସାଧାରଣଙ୍କ ପ୍ରବେଶ ଉପରେ ରୋକ ଲଗାଇ ଅତ୍ୟନ୍ତ ଜରୁରୀ କେଶରେ ଉପରିସ୍ଥ ଅଧିକାରିଙ୍କ ଅନୁମତିରେ ପ୍ରବେଶ କରିପାରିବେ ।

୨ : ଶାରୀରିକ ଉପସ୍ଥିତି ସଭାସମିତି ଉପରେ ରୋକ ଲଗାଯାଇଛି ।

୩ : ଶାରୀରିକ ସଭାସମିତିରେ ଅତି କମରେ ଦୁଇ ମିଟର ଦୂରତା ବଜାୟ ରଖିବାକୁ ନିର୍ଦ୍ଦେଶ ରହିଛି ।

୪ : ସରକାରୀ କାର୍ଯ୍ୟ ସମ୍ଭବତଃ କମ୍ପୁଟର ଇଣ୍ଟେରନେଟ (ONLINE) ମାଧ୍ୟମରେ ପରିଚାଳନା କରାଯିବା ପାଇଁ ଜରୁରୀ ନିର୍ଦ୍ଦେଶନାମା ଜାରି ହୋଇଛି ।