ଟାଙ୍ଗୀ ଦୁର୍ଗା ଚରଣ ଚିଲିକା ମହାବିଦ୍ୟାଳୟ ପରିସରରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କର ୧୨୫ତମ ଜନ୍ମ ଶତବାର୍ଷିକୀ ସଭା ପାଳିତ

କାଳୁପଡ଼ା ଘାଟ, ୨୩।୧:ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଦୁର୍ଗା ଚରଣ ଚିଲିକା ମହାବିଦ୍ୟାଳୟ ପରିସରରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମ ଶତବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି।ଏହି ସମାରୋହରେ ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ଅଧ୍ୟାପକ ରଞ୍ଜନ କୁମାର ମହାପାତ୍ରଙ୍କ ସଂଯୋଜନାରେ ଉତ୍ସବକୁ ପାଳନ କରାଯାଇଛି।ନେତାଜୀଙ୍କର ସଂଘର୍ଷମୟ ଜୀବନୀ ଉପରେ ଆଲୋକପାତ କରାଯାଇ ଦେଶର ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ଆଲୋଚନା ଏବଂ ପ୍ରତିଆଲୋଚନା ହୋଇଥିଲା।ଏହି ସ୍ମୃତି ସଭାରେ ଅଧ୍ୟକ୍ଷ ସୀତାଂଶୁ ଭୂଷଣ ନନ୍ଦଙ୍କର ଅଧ୍ୟକ୍ଷତାରେ ଶିକ୍ଷା ବିଭାଗର ଅଧ୍ୟାପକ ଡକ୍ଟର ଅଶୋକ କୁମାର ନନ୍ଦ ମୁଖ୍ୟ ବକ୍ତା ଭାବେ ତାଙ୍କର ଉଚ୍ଚକୋଟୀର ଅଭିଭାଷଣ ପ୍ରଦାନ କରିଥିଲେ।ଅଧ୍ୟାପକ ଭବାନୀ ଶଙ୍କର ମିଶ୍ର(ସଂସ୍କୃତ),ଦିଲ୍ଲୀପ କୁମାର ମହାନ୍ତି (କ୍ରୀଡ଼ା),ଏସ୍. ଏସ୍ କଳାପାହାଡ଼(ତର୍କଶାସ୍ତ୍ର),ରଶ୍ମୀ ରଞ୍ଜନ ନାଥ(ଶିକ୍ଷା) ଏବଂ ଓଁମ୍ ପ୍ରକାଶ ପରିଡ଼ା (ସାମାଜିକ ବିଜ୍ଞାନ) ଅଧ୍ୟାପକ ବୃନ୍ଦ ସେମାନଙ୍କ ଅଭିଭାଷଣ ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କର ବୌଦ୍ଧିକ ବିକାଶ କରିଥିଲେ।ସର୍ବଶେଷରେ ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ବିଶ୍ୱ ରଞ୍ଜନ ଦାସ୍ ଆନ୍ତରିକ ଧନ୍ୟବାଦ ଦେଇ ଆଗାମୀ ଭବିଷ୍ୟତ ମାନଙ୍କୁ ଦେଶଭକ୍ତିର ବୀର ସିପାହୀ ଙ୍କର ଆଦର୍ଶ ଭାବେ ନିଜକୁ ଗଢ଼ି ତୋଳିବାକୁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ।