ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ର ନିଷ୍ପତ୍ତି ; ଚନ୍ଦ୍ରପୁର ତହସିଲଦାର ଭାବେ କାର୍ଯ୍ୟରେ ଯୋଗଦେବେ ଶ୍ରୀ ଲକ୍ଷ୍ମୀ ନାରାୟଣ ସାବତ …!

ଗୁଣପୁର 19/01 (ସିଦ୍ଧାର୍ଥ ଦାଶ):- ରାୟଗଡ଼ା ଜିଲ୍ଲା ଗୁଣପୁର ତହସିଲ ଅନ୍ତର୍ଗତ ଓକିଲଗୁଡା ପଥର ଖାଦାନ ରେ ବିସ୍ପୋରଣ ଘଟି ଘଟଣା ସ୍ଥଳ ରେ ୩ ଜଣ ଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା କୁ ଭିତ୍ତି କରି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପତ୍ର ନଂ ୩୮୭୮୮ ତା ୨୧/୧୦/୨୦୨୦ ରିଖ କ୍ରମେ ଗୁଣପୁର କାର୍ଯ୍ୟରତ ତହସିଲଦାର ଶ୍ରୀ ଲକ୍ଷ୍ମୀ ନାରାୟଣ ସାବତ ଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା । ଘଟଣା ର ତଦନ୍ତ ପରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପତ୍ର ନଂ ୨୦୦୧ ତା ୧୮/୦୧/୨୦୨୧ ରିଖ କ୍ରମେ ନିଲମ୍ବିତ ଆଦେଶ କୁ ହଟାଇ ଶ୍ରୀ ସାବତ ଙ୍କୁ ପୁନଃ ନିଯୁକ୍ତି କରାଯାଇଛି । ପୁନଃ ନିଯୁକ୍ତି ସମୟ ରେ ଶ୍ରୀ ସାବତ ଙ୍କୁ ଗୁଣପୁର ଉପଖଣ୍ଡ ଚନ୍ଦ୍ରପୁର ତହସିଲଦାର ଭାବେ ନିଯୁକ୍ତି ଦିଆଯାଇଛି । ଶ୍ରୀ ସାବତ ଙ୍କ ନିଲମ୍ବନ ପ୍ରତ୍ୟାହାର ଖବର ଜାଣିବା ପରେ ବିଭିନ୍ନ ମହଲ ରୁ ଶ୍ରୀ ସାବତ ଙ୍କ ନିକଟ କୁ ଶୁଭେଛା ବାର୍ତ୍ତା ର ସୁଅ ଛୁଟିଛି ।