ଭୁବନେଶ୍ଵର 17/01 : ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ‘ସମର୍ଥ’ ନାମରେ ଏକ ଟ୍ରଷ୍ଟ ଆରମ୍ଭ କରିଛନ୍ତି। ବୁଦ୍ଧିଜୀବୀ, ବୃତ୍ତିଧାରୀ ଓ ବରିଷ୍ଠ ବ୍ୟକ୍ତିମାନଙ୍କ ଅନୁରୋଧରେ ସେ କରିଥିବା ଏହି ଟ୍ରଷ୍ଟ ମାଧ୍ୟମରେ ବସ୍ତି ଅଞ୍ଚଳ ଓ ଅନ୍ୟ ଅଞ୍ଚଳରେ ୫୦ଟି ଶିକ୍ଷାନୁଷ୍ଠାନ ଖୋଲିବ। ଏଥିରେ ପିଲାମାାନଙ୍କୁ ମାଗଣାରେ ପାଠ ପଢ଼ାଯିବ। ଏହାଛଡା ଦିବ୍ୟାଙ୍ଗମାନଙ୍କୁ ଚିହ୍ନଟ କରି ଆବଶ୍ୟକୀୟ ଉପକରଣ ଯୋଗାଇ ଦେବୁ ବୋଲି କହିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଟ୍ରଷ୍ଟ ଦ୍ଵାରା ଭୁବନେଶ୍ୱର ଉତ୍ତର, ମଧ୍ୟ, ଏକାମ୍ର ତିନିଟି ନିର୍ବାଚନମଣ୍ଡଳୀରେ ଥିବା ପାର୍କରେ ମାଗଣା ଯୋଗ ଶିବିର ଆରମ୍ଭ ହେବ, ଅନାଥ ଆଶ୍ରମରେ ଥିବା ପିଲାଙ୍କୁ ସମସ୍ତ ପ୍ରକାର ସହଯୋଗ ସହିତ ଆବଶ୍ୟକ ଉପକରଣ ଯୋଗାଇ ଦିଆଯିବ, ବରିଷ୍ଠମାନଙ୍କ ପାଇଁ ବିଭିନ୍ନ ସ୍ଥାନରେ ଆରମ୍ଭ ହେବ ଆଧ୍ୟାତ୍ମିକ ପ୍ରବଚନ , ସାମାଜିକ ବିଷୟ ଉପରେ ସେମିନାର ଓ ଆଲୋଚନା ଚକ୍ର କରାଯିବ । ଏହି ଅବସରରେ ସେ କହିଛନ୍ତି ସାମାଜର ବିକାଶ ଓ ଉନ୍ମେଷ ପାଇଁ ‘ସମର୍ଥ’ କାର୍ଯ୍ୟ କରିବ। ଏହା ଏକ ଅଣରାଜନୈତିକ ଅନୁଷ୍ଠାନ। ବିକାଶ ପାଇଁ ସମସ୍ତେ ଏକାଠି ହୋଇ କାମ କରିବା ଉଚିତ୍।