ଭୁବନେଶ୍ବର୧୭/୧୧: ରାଜ୍ୟରେ ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ଆରମ୍ଭ ନେଇଁ ସମସ୍ତ ଜିଲ୍ଲାପାଳ ଓ ନିର୍ବାଚନ ଅଧିକାରୀଙ୍କ ସହ CEOଙ୍କ ଆଲୋଚନା । ୨୦୨୧ ଜାନୁଆରି ୧ ସୁଦ୍ଧା ୧୮ ବର୍ଷ ହେଉଥିଲେ କରିହେବ ଆବେଦନ । ଭୋଟର ପରିଚୟ ପତ୍ରରେ ତ୍ରୁଟି ଥିଲେ ବି ସଂଶୋଧନ କରିହେବ । ତାଲିକାରୁ ନାଁ ବାଦ୍ ଦେବାକୁ ମଧ୍ୟ ଆବେଦନ କରିପାରିବେ ଭୋଟର । ନଭେମ୍ବର ଓ ଡିସେମ୍ବରରେ ପାଳନ ହେବ ୪ଟି ସ୍ବତନ୍ତ୍ର ଅଭିଯାନ ଦିବସ । ନଭେମ୍ବର ୨୮, ୨୯ ଏବଂ ଡିସେମ୍ବର ୫, ୬ରେ ଅଭିଯାନ ଦିବସ ଭାବେ ୪ ଦିନ ଧରି ପ୍ରତି ବୁଥ୍ରେ ତାଲିକା ସଂଶୋଧନ ତ୍ବରାନ୍ବିତ ହେବ । ୱେବ୍ସାଇଟ୍ରୁ ବି ଫର୍ମ ଡାଉନ୍ଲୋଡ କରାଯାଇପାରିବ । ଜାନୁଆରି ୧୫ରେ ପ୍ରକାଶ ପାଇବ ସଂଶୋଧିତ ଭୋଟର ତାଲିକା । ଏ ସମୟରେ ନିୟୋଜିତ କର୍ମଚାରୀଙ୍କ ବଦଳି ନକରିବାକୁ CEOଙ୍କ ନିର୍ଦେଶ ।