ଚିଲିକା, ଅଂଶୁପା ପାଇଁ କେନ୍ଦ୍ରର ୪.୭ କୋଟି ସହାୟତା

ଭୁବନେଶ୍ୱର,୧୯।୦୯: ନ୍ୟାସନାଲ୍‍ ପ୍ଲାନ୍‍ ଫର୍‍ କନଜରଭେସନ୍‍ ଅଫ୍‍ ଆକ୍ୱାଟିକ ଇକୋସିଷ୍ଟମ (ଏନପିସିଏ) ଅଧୀନରେ ବିଗତ ୨ ବର୍ଷ ମଧ୍ୟରେ ମୋଦୀ ସରକାର ଓଡ଼ିଶାକୁ ୪.୭ କୋଟି ଟଙ୍କା ଦେଇଛନ୍ତି। ଭାରତର ସର୍ବବୃହତ ଲୁଣି ହ୍ରଦ ଚିଲିକା ଏବଂ ଓଡିଶାର ସର୍ବବୃହତ ମଧୁର ଜଳ ହ୍ରଦ ଅଂଶୁପାର ରକ୍ଷଣାବେକ୍ଷଣ ପାଇଁ ଏହି ଆର୍ଥିକ ଅନୁଦାନ ଦିଆଯାଇଛି ବୋଲି ଟ୍ୱିଟ୍‍ କରି କେନ୍ଦ୍ର ତୈଳ ଓ ପ୍ରାକୃତିକ ବାସ୍ପ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।