ରାଜ୍ୟରେ ୩୦ ଟି ଜିଲ୍ଲାରୁ ସର୍ବାଧିକ ରେକର୍ଡ ସଂଖ୍ୟକ ୩୬୩୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା ଅଣାୟତ୍ତ ଅବସ୍ଥାରେ। ଆଜି ପୁଣି ରାଜ୍ୟରେ ୩୦ ଟି ଜିଲ୍ଲାରୁ ସର୍ବାଧିକ ରେକର୍ଡ ସଂଖ୍ୟକ ୩୬୩୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୨୧୪ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୪୧୭ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ରାଜ୍ୟରେ ଏକ ଲକ୍ଷ ପାର ହେଲା ଆକ୍ରାନ୍ତଙ୍କ ସଂଖ୍ୟା।

ଓଡିଶାର ୩୦ ଟି ଜିଲ୍ଲାରୁ ୩୬୩୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳ ୪୧, ବାଲେଶ୍ୱର ୧୧୪, ବରଗଡ଼ ୨୩୮, ଭଦ୍ରକ ୧୮୬, ବଲାଙ୍ଗୀର ୩୯, ବୌଦ୍ଧ ୨୭, କଟକ ୩୭୦, ଦେବଗଡ଼ ୧୧, ଢେଙ୍କାନାଳ ୫୬, ଗଜପତି ୯, ଗଞ୍ଜାମ ୧୦୭, ଜଗତସିଂହପୁର ୭୯, ଯାଜପୁର ୧୨୭, ଝାରସୁଗୁଡା ୮୦, କଳାହାଣ୍ଡି ୨୭, କନ୍ଧମାଳ ୪୪, କେନ୍ଦ୍ରାପଡା ୮୫, କେନ୍ଦୁଝର ୮୦, ଖୋର୍ଦ୍ଧା ୭୨୨, କୋରାପୁଟ ୯୩, ମାଲକାନଗିରି ୯୫, ମୟୁରଭଞ୍ଜ ୩୬୫, ନବରଙ୍ଗପୁର ୪୬, ନୟାଗଡ଼ ୧୦୦, ନୂଆପଡା ୪୯, ପୁରୀ ୧୫୭, ରାୟଗଡା ୧୧୧, ସମ୍ବଲପୁର ୬୮, ସୋନପୁର ୫୦ , ସୁନ୍ଦରଗଡ ରୁ ୯୫ ଜଣ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧,୧୩,୪୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୨୮,୭୬୩ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୮୪ ହଜାର ୦୭୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।