ଭୁୁବନେଶ୍ୱର,୩୧।୦୮: ମଧୁବାବୁ ପେନସନ ଯୋଜନା ନେଇ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ସରକାର ।
ଏକକାଳୀନ ୪ ମାସର ଭତ୍ତା ମିଳିବ। ସେପ୍ଟେମ୍ବର ମାସରେ ଏକକାଳୀନ ସେପ୍ଟେମ୍ବର, ଅକ୍ଟୋବର,ନଭେମ୍ବର ଓ ଡିସେମ୍ବର ମାସର ଭତ୍ତା । ସୂଚନାଯୋଗ୍ୟ ବର୍ତ୍ତମାନ ରାଜ୍ୟରେ ୪୮ ଲକ୍ଷ ମଧୁବାବୁ ପେନ୍ସନ୍ ଉପଭୋତ୍ତା ରହିଛନ୍ତି। ଏଥି ସହିତ ଚଳିତ ବର୍ଷ ଜୁଲାଇ ମାସରେ ମଧ୍ୟ ରାଜ୍ୟ ସରକାର କରୋନା ପାଇଁ ରାଜ୍ୟରେ ଥିବା ୪୮ ଲକ୍ଷ ମଧୁବାବୁ ପେନ୍ସନ୍ ଉପଭୋତ୍ତାଙ୍କୁ ୪ ମାସ ପର୍ଯ୍ୟନ୍ତ ୧୦୦୦ ଲେଖାଏଁ ଅତିରିକ୍ତ ସହାୟତା ପ୍ରଦାନ କରିବା ଘୋଷଣା କରିଥିଲେ ଏବଂ ଉପଭୋକ୍ତାଙ୍କ ଏହି ଅର୍ଥ ମଧ୍ୟ ଦିଆଯାଉଛି ବୋଲି ବିଭାଗୀୟ ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି।